Rayagada/ rabindra nath mohapatro:- ଆଙ୍କର -ରାୟଗଡା ଜିଲ୍ଲା ସ୍ଥରୀୟ ନିଯୁକ୍ତି ମେଳା ବିଷମକଟକ ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳମାଧଵ ହିକକା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ମେଳା ଶୁଭ ଉଦଘାଟନ କରିଥିବା ବେଳେ ଗୁଣୁପୁର ଉପଜିଲ୍ଲାପାଳ, ଜିଲ୍ଲା ନିୟୋଜନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମେଳାରେ ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଇମ୍ଫା ବୃହତ ପ୍ରକଳ୍ପ ଭଳି 55ଟି ସଂସ୍ଥା ସହ ଆର୍ମି, ଏୟାର ଫୋର୍ସ ଭଳି ପ୍ରଶିକ୍ଷଣ ଦାତା 11ଟି ସରକାରୀ ସଂସ୍ଥା ଏଥିରେ ସାମିଲ ହୋଇଛନ୍ତି। ଏହି ମେଳରେ 17ଶହରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିବା ଜିଲ୍ଲା ନିୟୋଜନ ଅଧିକାରୀ କହିଥିବା ବେଳେ ବହୁ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ବୋଲି କହିଛନ୍ତି ସ୍ଥାନିୟ ବିଧାୟକ।
ଜିଲ୍ଲା ସ୍ଥରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
By Charcha News












