ମାଲକାନଗିରି ୦୬/୦୮/୨୫( ରିପୋର୍ଟ,ମାନସ୍ ନେତାମ୍ ଚର୍ଚ୍ଚା ନ୍ୟୁଜ୍)
ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଗୋଟିଏ ବୋଲେରୋ ଗାଡିରୁ ୧୦୭୮ କଇଁଛ ସମେତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ମୋଟୁ ବନ ବିଭାଗ। ମିଳିଥିବା ସୂଚନାନୁଯାୟୀ ମାଲକାନଗିରି ବନାଧିକାରୀ ସାଇ କିରଣ ଡ଼ି ଏନ ବିଶେଷ ସୂତ୍ରରୁ ଖବର ପାଇ ମୋଟୁ ବନ ବିଭାଗର ଏକ ଟିମ କୁ ସୋମବାର ବିଳମ୍ବିତ ରାତ୍ର ସମୟରେ ୨ ଭାଗରେ ବିଭକ୍ତ କରି ଗୋଟିଏ ଟିମ କୋଣ୍ଟା ବ୍ରିଜ ଏବଂ ଅନ୍ୟ ଏକ ଟିମ ମୋଟୁ ବ୍ରିଜ ନିକଟରେ ପାଟ୍ରୋଲିଂ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହି କଇଁଛ ଗାଡିକୁ ଧରିବା ପାଇଁ ୬ ଟିମ ଗଠନ କରି ସଜାଗ ରହିଥିଲେ l ଏଥିରେ ମୁଖ୍ୟ ବନପାଳ ମୁରଲୀଧର ଅନୁଗୁଳିଆ କୋଣ୍ଟା ବ୍ରିଜ ଉପରେ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ଗାଡିଟିକୁ ସନ୍ଦେହରେ ଅଟକାଇଥିଲେ। ପରେ ଯାଞ୍ଚ କରିବାରୁ ଉକ୍ତ ଗାଡ଼ିରେ ଶହ ଶହ କଇଁଛ ବେଆଇନ ଭାବେ ଚାଲାଣ ହେଉଥିବା ଦେଖି ଉକ୍ତ ଗାଡି ଏବଂ ତନ୍ମଧ୍ୟରେ ଥିବା ଚାଲାଣକାରୀ ମାନଙ୍କୁ ଗିରଫ କରି କାର୍ଯ୍ୟାଳୟ କୁ ଆଣିଥିଲେ। ପାଖାପାଖି ୧୦୭୮ କଇଁଛ ଜବତ କରାଯାଇଥିବା ବେଳେ ତନ୍ମଧ୍ୟରୁ ୯୧୦ ଟି ଜୀବନ୍ତ କଇଁଛ ଏବଂ ୧୬୮ଟି ମୃତ କଇଁଛ ରହିଥିଲା। ଏଥିସମେତ ସମ୍ପୃକ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ୩ ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ପଡୋଶୀ ରାଜ୍ୟ ଛତିଶଗଡ଼ ସୁକମା ଜିଲ୍ଲା ଅନ୍ତର୍ଗତ ଦରନାପାଲ ଅଞ୍ଚଳର ଯୁଗଳ ଚନ୍ଦ୍ର ଦେ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଏମଭି-୭୯ ଥାନା ଅନ୍ତର୍ଗତ ସୁକୁମାର ତରଫଦାର ଏବଂ ବିଶ୍ୱନାଥ ମଣ୍ଡଳ ବୋଲି ଜଣାପଡିଛି। ତେବେ ସେମାନେ ଏହି କଇଁଛ ଗୁଡିକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ରୁ ଏମଭି-୭୯ ଥାନା ଅନ୍ତର୍ଗତ ଏମପିଭି-୬୫ ଗ୍ରାମକୁ ଖାଇବା ଏବଂ ବିକ୍ରୟ ଉଦ୍ଦେଶ୍ୟରେ ଚାଲାଣ କରୁଥିବା ମୋଟୁ ବନ ବିଭାଗ ସୂଚନା ଦେଇଛି।












