ଉଦଳା – ( ରାଜୀବ କୁମାର ବେହେରା) – ମୟୁରଭଞ୍ଜ ଜିଲ୍ଲା ଉଦଳା ଜିଡ଼ରା ବରବାଡି ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ଗୁରୁତର ଆହତ କରାଯାଇଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚlଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁସାରେ କପ୍ତିପଦା ଥାନା ଅନ୍ତର୍ଗତ ବଡ ଗୁଡୁଗୁଡ଼ିଆ ସିଙ୍ଗିଲଦା ଅଞ୍ଚଳର ଶିବ ଶଙ୍ଖୁଆଙ୍କ ୩୦ ବର୍ଷୀୟ ପୁଅ ବିକ୍ରମ ବରବାଡି ଛକ ନିକଟରେ ଫୋନ କରିବା ପାଇଁ ରାସ୍ତାରେ ଯାଉଥିବା କିଛି ଝିଅଙ୍କୁ ମୋବାଇଲ ମାଗିଥିଲେ ଫୋନ କରିବାକୁ । ତେବେ ଏହି ଘଟଣା ରେ ତୁମୁଳ କାଣ୍ଡ ଘଟି ଥିଲା, ତେବେ ବିକ୍ରମ କଥାକୁ ନେଇ ଝିଅମାନେ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ତାଙ୍କ ପୁରୁଷ ସାଙ୍ଗମାନଙ୍କୁ ଫୋନ କରିଥିଲେ।
ଏହା ପରେ କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ବିକ୍ରମଙ୍କୁ ଘେରି ନିର୍ଦ୍ଦୟ ଭାବେ ମାଡ଼ ମାରିଥିବା ଅଭିଯୋଗ ମିଳିଛି। ମାଡ଼ରେ ବିକ୍ରମ ଲହୁଲୁହାଣ ହୋଇ ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ। ପରେ ଗ୍ରାମବାସୀ ତାଙ୍କ ପରିବାରକୁ ଖବର ଦେବା ପରେ ଘରଲୋକେ ତୁରନ୍ତ ପହଞ୍ଚି ଉଦଳା ଡାକ୍ତରଖାନାକୁ ନେଇଥିଲେ। ଘଟଣା ସ୍ଥଳରୁ ଗ୍ରୁରୁତର ଅବସ୍ଥାରେ
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବିକ୍ରମଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ସୂଚନା ମିଳିଛି।
ଘଟଣାର ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ବେଳେ ଥିବା କିଛି ଝିଅ ଓ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଚିହ୍ନା ଯୁବକମାନେ ଆସି ଏପରି କାଣ୍ଡ କରି ପଳାଇଯାଇଥିବା ମଧ୍ୟ ଜଣାପଡ଼ିଛି।
ଏହି ଘଟଣା ପରେ ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ କିଛି ବୁଝି ନ ସୁଝି ଏମିତି ପିଟିବା କଣ ନ୍ୟାୟ କି ? ଏବେ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଉପରେ — ଦୋଷୀମାନଙ୍କୁ କେବେ ଧରାଯିବ ଓ ପୀଡ଼ିତ ପରିବାରକୁ କେବେ ମିଳିବ ନ୍ୟାୟ?
ବରବାଡି ଛକରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ! ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି ବିକ୍ରମ, ପୋଲିସ ର ତଦନ୍ତ ଜାରି
By Charcha News












