Rayagada \ ରବୀନ୍ଦ୍ର ନାଥ ମହାପାତ୍ର
ନାବାଳକକୁ ଅପହରଣ ପରେ ଗଳାକାଟି ହତ୍ଯା। ଏପରି ଚାଞ୍ଚଲ୍ଯକର ଘଟଣା ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ଗାଁ ରେ। ଜଣେ 5 ବର୍ଷ ର ନାବାଳାକକୁ ଅପହରଣ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଛି ଦୁର୍ବୃତ୍ତ Sms ମାଧ୍ୟମରେ 4 ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ଦାବି ମୁତ୍ତାବକ ଟଙ୍କା ନଦେବାରୁ ହତ୍ଯା କରାଯାଇଥିବା କୁହାଯାଇଛି। ଅପହୃତ 5 ବର୍ଷର ରୁଷି ଗନ୍ତାୟତ ଙ୍କ ବାପା ପୁରୁଷୋତ୍ତମ ଗଣତୟତଙ୍କୁ ଆସିଥିଲା sms । ଚାଟିକଣା ଷ୍ଟେସନ ସାହି ନିକଟରୁ ମୃତ ଦେହ ଉଦ୍ଧାର କରାଯାଥିବା ବେଳେ ଘଟଣାରେ ସମ୍ପୃକ୍ତ ସନ୍ଧେହରେ ଜଣକୁ ଅଟକ ରଖିଛି ବିଷମକଟକ ପୁଲିସି।
ନାବାଳକକୁ ଅପହରଣ ପରେ ଗଳାକାଟି ହତ୍ଯା
By Charcha News












