ତାରିଖ-୧୪-୦୩-୨୦୨୬
ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ରେଞ୍ଜ ପଦ୍ମପୁର ବନ ବିଭାଗ ତରଫରୁ ଜଙ୍ଗଲରେ ନିଆଁ ନ ଲଗାଇବା ସହ ବେଣ୍ଟ ଶିକାର ନ କରିବା ସକାଶେ ବ୍ୟାପକ ସଚେତନତା କରାଯାଇଛି।ଗାଁ ଗାଁ ରେ ଜଙ୍ଗଲ ବିଭାଗ ତରଫରୁ ସଚେତନତା କରିବା ସହ ଭଲିବଲ ଖେଳ ର ଆୟୋଜନ କରାଯାଇଛି।ଏହି ସମୟ ରେ ରେଞ୍ଜର ଗଙ୍ଗାଧର ମିଶ୍ର ପଦ୍ମପୁର ବନରକ୍ଷୀ ରାଜକିଶୋର ଶବର ଏବଂ ତାଙ୍କ ଟିମ୍ ଉପସ୍ଥିତି ରହି ଆଜି ତବଲା ଗୁଡ଼ା ଗ୍ରାମରେ ଲୋକଙ୍କୁ ସଚେତନ କରିବା ସହ ଗଛ କୁ ସୁରକ୍ଷା ଦେବା ନିମନ୍ତେ ଲୋକଙ୍କୁ ବୁଝାଇଥିଲେ।ଗଛ ବଞ୍ଚିଲେ ଆମେ ବଞ୍ଚିବା।ଆଗକୁ ଖରା ଦିନ ବ୍ୟାପକ ଗରମ ଅନୁଭୂତ ହେବ।ଏଥିପାଇଁ ଗଛ ଲତା ବଞ୍ଚିଲେ ପରିବେଶ ବଞ୍ଚିବ ।ଜଙ୍ଗଲ ରେ ନିଆଁ ଲଗାଇବା ଏକ ଅପରାଧ ଏଥିପାଇଁ ଜେଲ ଦଣ୍ଡ ବି ରହିଛି।ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ କି ଜଙ୍ଗିଲି ଜନ୍ତୁ ଙ୍କୁ ଶିକାର କରନ୍ତୁ ନାହିଁ ବୋଲି କହିଥିଲେ।ଏବେ ମହୁଲ ଗୋଟାଇବା ସକାଶେ ପୋଡୁ ଚାଷ ନିମନ୍ତେ ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ ବୋଲି ବନରକ୍ଷୀ ଏବଂ ତାଙ୍କ ଷ୍ଟାପ ଲୋକଙ୍କୁ ବୁଝାଇ ଥିଲେ। ପରେ ଗ୍ରାମ ର ଯୁବକ ମାନଙ୍କ ସହ ଏକ ଭଲିବଲ୍ ଖେଳର ଆୟୋଜନ କରାଯାଇଥିଲା।
ଜଙ୍ଗଲ ନିଆଁ ରୋକିବା ପାଇଁ ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ ସହ ଭଲିବଲ୍ ଖେଳ
By Charcha News












