ତା ଉପରେ ଗଭୀର ସଙ୍କଟ। କୋଲକତା ଓ ଦକ୍ଷିଣ କୋଲକତା ସହରରେ ଅଟୋ ଷ୍ଟାଣ୍ଡରେ କୌଣସି ଅଟୋ ନାହିଁ। ମଧ୍ୟରାତ୍ରିରୁ ଲମ୍ବା ଧାଡ଼ି।
କଂଗ୍ରେସ କର୍ମୀ ସ୍ଲୋଗାନ ଦେଉଛନ୍ତି ହରି ହରି ହରି ବୋଲ ମୋଦି ସରକାର କଥା ଗୋଲ ଗୋଲ
ସାମ୍ବାଦିକ ରାଜୀବ କୁମାର ଦାସ
କୋଲକତା : ଏଲପିଜି ଗ୍ୟାସ ମୂଲ୍ୟ ବୃଦ୍ଧି। ତା ଉପରେ ଗଭୀର ସଙ୍କଟ। କୋଲକତା ଓ ଦକ୍ଷିଣ କୋଲକତା ସହରରେ ଅଟୋ ଷ୍ଟାଣ୍ଡରେ କୌଣସି ଅଟୋ ନାହିଁ। ମଧ୍ୟରାତ୍ରିରୁ ଲମ୍ବା ଧାଡ଼ି ଅନ୍ୟ ପଟେ ଅଟୋ ରିକ୍ସା ନିତ୍ୟ ଯାଉଥିବା ଯାତ୍ରୀ ହଇରାଣ ହେଉଛନ୍ତି ଏହି ଘଟଣା କୁ ଆଜି କୋଲକତା ସ୍ଥିତ ମହମ୍ମଦ ପାର୍କ ଅଞ୍ଚଳ ରେ କଂଗ୍ରେସ ଦଳ ର ଶତାଧିକ କର୍ମୀ ମାନେ କେନ୍ଦ୍ର ସରକାର ବିରୁଦ୍ଧରେ ସଡ଼କ କୁ ଓହ୍ଲାଇ ମୋଦି ସରକାର ବିରୋଧରେ ଆନ୍ଦୋଳନ କରିବା ସହିତ କହିଛନ୍ତି ଯେ
ଯୁଦ୍ଧ ଆରମ୍ଭ ହେବା ପରେ କେନ୍ଦ୍ର ରେ ବସିଥିବା ବିଜେପି ଦଳ ସରକାର କ’ଣ କୌଣସି ପ୍ରସ୍ତୁତି କରିଥିଲା କି? କୌଣସି ଦୀର୍ଘକାଳୀନ ଯୋଜନା ଥିଲା ନାହିଁ କି? ଶକ୍ତି ବନ୍ଦ ପରିସ୍ଥିତି କାହିଁକି ସୃଷ୍ଟି ହେଲା? ଲୋକଙ୍କ ପେଟ ପ୍ରଥମେ ଆସିଲା? ନା ଭୋଟ ରାଜନୀତି ପ୍ରଥମେ ଆସିଲା? ପ୍ରତ୍ୟେକ ଘରେ ଖାଲି ଗ୍ୟାସ ସିଲିଣ୍ଡର ପଡ଼ିବା ବିରୋଧରେ ଆସନ୍ତାକାଲି କଂଗ୍ରେସ ଦଳର ଅଭିନବ ପ୍ରତିବାଦ। ପ୍ରତିବାଦକାରୀମାନେ ମହମ୍ମଦ ଅଲି ପାର୍କରୁ ସେଣ୍ଟ୍ରାଲ୍ ଆଭେନ୍ୟୁ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ମୁଣ୍ଡରେ ସିଲିଣ୍ଡର ରଖି ବିଜେପି ଦଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ସ୍ଲୋଗାନ ଦେଉଛନ୍ତି ହରି ହରି ହରି ବୋଲ ମୋଦି ସରକାର କଥା ଗୋଲ ଗୋଲ |











