ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୃଆ ବକ୍ସିପଲ୍ଲୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ପ୍ରଭୁ ଶ୍ରୀରାମ ମାତା ସୀତାଙ୍କ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋମ ଯଜ୍ଞ ପରେ ସନ୍ଧ୍ୟାରେ ବିରାଟ ପଟୁଆର ସହ ପ୍ରଭୁ ଶ୍ରୀରାମ ମାତା ସୀତାଙ୍କ ମୁର୍ତ୍ତିକୁ ନେଇ ଗୋପାଳପୁର ଠାରେ ପହଞ୍ଚିବା ପରେ ସେଠାରୁ ମହା ଆଡ଼ମ୍ବରରେ ନଗର ପରିକ୍ରମା କରିଥିଲେ । ଏହି ଅବସରରେ ମନ୍ଦିର କମିଟିର ସମସ୍ତ ସଦସ୍ୟଙ୍କ ସମେତ ଗୋପାଳପୁରର ବହୁ ବରିଷ୍ଠ ନାଗରିକ ଓ ବିଜେପିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହାକୁ ନେଇ ଗୋପାଳପୁର ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ଗଞ୍ଜାମରୁ ରମେଶ କୁମାର ସାହୁଙ୍କ ରିପୋର୍ଟ ଚର୍ଚ୍ଚା ନ୍ୟୁଜ
ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ସମଗ୍ର ଗୋପାଳପୁର ::
By Charcha News












