ମାଲକାନଗରି ୦୭/୦୮/୨୫(ରିପୋର୍ଟ,ମାନସ୍ ନେତାମ୍ , ଚର୍ଚ୍ଚା ନ୍ୟୁଜ୍.)
ବେସରକାରୀ ଫାଇନାନ୍ସ କମ୍ପାନୀର ଅତ୍ୟାଚାର ସହି ନପାରି ଏସପିଙ୍କ ଦ୍ବାରସ୍ଥ ହେଲେ ଶତାଧିକ ଆଦିବାସୀ ମହିଳା। ଦୁଇ ମାସ ଲୋନ ଟଙ୍କା ଶୁଝି ନପାରିବାରୁ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନେ ଆଦିବାସୀ ମହିଳାଙ୍କୁ କରୁଛନ୍ତି ଦୂର୍ବ୍ୟବହାର। ଲୋନ ନେଇଥିବା ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି ଗାଳିଗୁଲଜ କରିବା ସହ ଜେଲରେ ଡାଲିଭାତ ଖୁଆଇବୁ ବୋଲି ଧମକ ମଧ୍ୟ ଦେଉଛନ୍ତି। ଟଙ୍କା ଶୁଝିବା ପାଇଁ ସମୟ ମାଗିଲେ ସମୟ ଦେଇ ହେବନାହିଁ ବୋଲି କହୁଛନ୍ତି ବ୍ୟାଙ୍କ କର୍ମଚାରୀ।ଜମିବାଡ଼ି ବିକ୍ରି କର କି ଦେହ ବ୍ୟବସାୟ କର ଆମ ଟଙ୍କା ତୁରନ୍ତ ପରିଶୋଧ କର ବୋଲି ଧମକ ଚମକ ଦେଉଛନ୍ତି ପ୍ରାଇଭେଟ୍ ଫାଇନାନ୍ସ୍ କମ୍ପାନୀର କର୍ମଚାରୀ। କର୍ମଚାରୀଙ୍କ ଦୂର୍ବ୍ୟବହାର ଏବଂ ଗାଳିଗୁଲଜ ସହି ନପାରି ଶେଷରେ ଏସପିଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି ଆଦିବାସୀ ମହିଳା।












