ମ୍ୟୁଟେସନ୍ ପାଇଁ ଜମି ମାଲିକଙ୍କଠାରୁ ନେଉଥିଲେ ଲାଞ୍ଚ
by-sUBHASMITa-DT-29-3-2026 ::କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ତହସିଲ୍ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ବ ନିରୀକ୍ଷକ ରାଜାରାମ ବନ୍ଦ୍ରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୩୦ ହଜାର ଟଙ୍କା ନେବାବେଳେ ଧରିଛି ଭିଜିଲାନ୍ସ ।
ଭଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ତହସିଲ୍ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ବ ନିରୀକ୍ଷକ ରାଜାରାମ ବନ୍ଦ୍ରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୩୦ ହଜାର ଟଙ୍କା ନେବାବେଳେ ଧରିଛି ଭିଜିଲାନ୍ସ । ଆର.ଆଇ ରାଜାରାମ ବନ୍ଦ୍ରା, ଏକ ମ୍ୟୁଟେସନ୍ ପାଇଁ ଜମି ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ୨ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି ।
ଚର୍ଚ୍ଚା News












