BY-ରାଜୀବ କୁମାର ବେହେରା-DT-29.3.2026
ଉଦଳା : DT-29.3.2026-ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡରେ ଗତକାଲି ରାତିରେ ହଠାତ୍ ମାଡ଼ି ଆସିଥିବା କାଳବୈଶାଖୀ ଝଡ଼ ଭୟାବହ ତାଣ୍ଡବ ସୃଷ୍ଟି କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଝଡ଼ ସହ ତୀବ୍ର ପବନ ଓ ବର୍ଷାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଘରବାଡ଼ି, ଗଛ, ଛପର ଓ ସାର୍ବଜନୀନ ସମ୍ପତ୍ତିରେ ଭାରି କ୍ଷତି ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, କପ୍ତିପଦା ବ୍ଲକର ଶରତ-କେଶପଡା ଅଞ୍ଚଳରେ ଘରେ ଶୋଇଥିବା ବେଳେ ହଠାତ୍ ଘଟିଥିବା ଘଟଣାରେ ଜଣେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ଉଦ୍ଧାର କରି ଉଦଳା ଉପଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ, ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଖୁଣ୍ଟା ବ୍ଲକର ଭୋଳାଗଡିଆ ଅଞ୍ଚଳରେ ଏକ ବଡ଼ ଗଛ ଭାଙ୍ଗି ଘର ଉପରେ ପଡ଼ିଥିଲେ ମଧ୍ୟ ଭାଗ୍ୟକ୍ରମେ କୌଣସି ପ୍ରାଣହାନି ଘଟିନାହିଁ, ଯଦିଓ ଘରର ଟାଇଲ ଭାଙ୍ଗି ବ୍ୟାପକ କ୍ଷତି ଘଟିଛି। ସେହିପରି କପ୍ତିପଦା ବ୍ଲକର ପୋଡାଡିହା ମନଭଙ୍ଗା ଅଞ୍ଚଳରେ ଦୁଇଟି ଘରର ଆଜବେଷ୍ଟସ୍ ଛାତ ଉଡ଼ିଯାଇଥିବା ସହ ଗ୍ରାମର ସୌମ୍ୟରଞ୍ଜନ ବାରିକଙ୍କ ଘର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ।
ଏହା ସହିତ କପ୍ତିପଦା, ପୋଡାଡିହା, ଶରତ, ଖୁଣ୍ଟା ଓ ବାରିପଦା ସହରର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ଗଛ ଉପଡ଼ି ପଡ଼ିଥିବା, ଘର ଛପର ଉଡ଼ିଯିବା ଓ କାନ୍ଥ ଧସିପଡ଼ିବା ଭଳି ଘଟଣା ସମ୍ମୁଖରେ ଆସିଛି। କିଛି ସ୍ଥାନରେ ଲୋକମାନେ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କ୍ଷତିର ଆକଳନ କାମ ଚାଲିଥିବା ବେଳେ ପୀଡ଼ିତମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ ହେଉଛି। ଏହାସହ ଆଗାମୀ ଦିନରେ ଏପରି ପାଣିପାଗୀୟ ପରିସ୍ଥିତି ପ୍ରତି ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଅନୁରୋଧ
ଚର୍ଚ୍ଚା news












