ମାଲକାନଗିରି,୭/୦୮(ରିପୋର୍ଟ , ମାନସ୍ ନେତାମ୍ , ଚର୍ଚ୍ଚା ନ୍ୟଜ୍)
ମାଲକାନଗିରି ସ୍ଥିତ କନିଶକା ହିରୋ ଶୋ ରୁମ୍ ପକ୍ଷରୁ ହିରୋ କଂପାନିର ନୂଆ ସ୍କୁଟର ଜୁମ୍- ୧୨୫ସିସି ବଜାର ପ୍ରବେଶ ଉତ୍ସବ ଆୟାଜିତ ହୋଇଯାଇଛି। ମାଲକାନଗିରି କନିଶକା ହିରୋ ମାଲିକ ରମେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ଗ୍ରାହକଙ୍କୁ ନୂଆ ସ୍କୁଟର ବିଷୟରେ ସୂଚନା ଦେଇଥିଲେ। ୧୨୫ସିସି ବିଶିଷ୍ଟ ସ୍କୁଟର, ୯.୮ ବିଏସ୍ପି ସହ ୫୨.୮ ମାଇଲେଜ ଦେଉଛି। ଘଣ୍ଟା ପ୍ରତି ବେଗ ୯୫କିଲୋମିଟଟ ପର୍ଯ୍ୟନ୍ତ ରହିଥିଲା ବେଳେ ୫ଲିଟର ବିଶିଷ୍ଟ ତେଲ ଟାଙ୍କି ରହିଛି। କଂପାନି ପକ୍ଷର ଦୁଇଟି ମଡେଲ ବଜାରକୁ ଆସିଛି। ଯାହା ଗ୍ରାହକଙ୍କୁ ପସନ୍ଦ ଆସିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଗୋଟିଏ ମଡେଲର ଦର ୯୩୬୦୦ ଟଙ୍କା ଏବଂ ଅନ୍ୟ ଗୋଟିଏ ମଡେଲର ଦର ୯୯୯୯୦ ଟଙ୍କା ରହିଛି। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦର ୨ଚକିଆ ଜାନ ହେବ ବୋଲି ମାଲକାନଗିରି କନିଷ୍କା ହିରୋ ଶୋ ରୁମ୍ ମାଲିକ ରମେଶ ଚନ୍ଦ୍ର ମହାନ୍ତି କହିଛନ୍ତି।











