Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, April 15
    Facebook X (Twitter) YouTube Instagram
    Trending
    • ୮୨ ତମ ଜିଲ୍ଲା ପରିଷଦ ବୈଠକ :
    • ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :
    • ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :
    • ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::
    • ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :
    • ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::
    • ଜାଣନ୍ତୁ ଆଜିର ରାଶିଫଳ :
    • ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::
    • ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ :
    • ଓଡ଼ିଆ ନବବର୍ଷ ଅସ୍ମିତା, ପରମ୍ପରା ଓ ନୂଆ ସମ୍ଭାବନାର ଉତ୍ସବ ::
    • କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ ::
    • କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ::
    • ଆଜିର ରାଶିଫଳ
    • ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାରସ୍ବତ ସମାବେଶ ଆୟୋଜିତ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ସହରାଞ୍ଚଳ ଜଳ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ::

    ସହରାଞ୍ଚଳ ଜଳ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ::

    By Charcha NewsApril 8, 2026
    Share
    Facebook Twitter Email WhatsApp

    ଅମୃତ ୨.୦ କାର୍ଯ୍ୟକାରିତାରେ ଦେଶରେ ଓଡ଼ିଶାକୁ ପ୍ରଥମ ସ୍ଥାନ

    ଭୁବନେଶ୍ୱର, ୦୭.୦୪.୨୦୨୬: ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଗୌରବମୟ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ’ (ଅମୃତ) ୨.୦ ର ସଫଳ କାର୍ଯ୍ୟକାରିତାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ସହରାଞ୍ଚଳର ପ୍ରତିଟି ପରିବାରକୁ ପାନୀୟ ଜଳ ଯୋଗାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର କ୍ଷେତ୍ରରେ ରାଜ୍ୟର ଏହି ପ୍ରଦର୍ଶନ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି।

    ୨୦୨୧ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ମିଶନ ମାଧ୍ୟମରେ ରାଜ୍ୟର ୮୯ଟି ପୌରସଂସ୍ଥାରେ ବ୍ୟାପକ ପ୍ରଗତି ପରିଲକ୍ଷିତ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦୩୦.୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୩୪୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିମଧ୍ୟରୁ ୯୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅନ୍ୟଗୁଡ଼ିକର ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ ଜାରିରହିଛି। ଆର୍ଥିକ ପରିଚାଳନା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦୃଢ଼ ପ୍ରଦର୍ଶନ କରିବା ସହ ଅନୁଦାନ ଅର୍ଥର ସଠିକ ବିନିଯୋଗ କରିବାରେ ସଫଳ ହୋଇଛି।

    ଅମୃତ ୨.୦ ଜରିଆରେ ରାଜ୍ୟର ଜଳ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ସାତୋଟି ଜଳ ବିଶୋଧନ ପ୍ଲାଣ୍ଟ ମାଧ୍ୟମରେ ଦୈନିକ ୪୩ ଏମଏଲଡି (MLD) ଜଳ ବିଶୋଧନ କ୍ଷମତା ସୃଷ୍ଟି କରାଯାଇଛି, ଯାହାଦ୍ୱାରା ପ୍ରାୟ ୨.୮୩ ଲକ୍ଷ ନାଗରିକ ଉପକୃତ ହୋଇଛନ୍ତି। ପ୍ରମୁଖ ସହରଗୁଡ଼ିକରେ ୨୪x୭ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ ହେବା ସହ ୨.୭ ଲକ୍ଷରୁ ଅଧିକ ପରିବାରକୁ ପାଇପ୍ ଯୋଗେ ଜଳ ସଂଯୋଗ ପ୍ରଦାନ କରାଯାଇଛି। ମୋଟାମୋଟି ଭାବେ ୫ ଲକ୍ଷରୁ ଅଧିକ ସହରବାସୀ ଏହି ସେବା ଦ୍ୱାରା ସିଧାସଳଖ ଉପକୃତ ହୋଇଛନ୍ତି।

    ଏହି ସଫଳତା ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ଅମୃତ ୨.୦ ର ଶୀର୍ଷ ମାନ୍ୟତା ସହରାଞ୍ଚଳ ଭିତ୍ତିଭୂମି ଏବଂ ଜଳ ଯୋଗାଣ କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଉଛି। ପ୍ରତିଟି ପରିବାରକୁ ନିରାପଦ ଜଳ ଯୋଗାଇବା ଏବଂ ସହରଗୁଡ଼ିକୁ ସକ୍ଷମ କରିବା ପ୍ରାଥମିକତା ବିକଶିତ ଓଡ଼ିଶା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।”

    ରାଜ୍ୟ ସରକାରଙ୍କ ପକ୍ଷରୁ ‘ପେ ଜଳ ସର୍ବେକ୍ଷଣ’ ଏବଂ ‘ଜୟ ହେ ଅମୃତ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ପରିଚାଳନାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିସହ ‘ଅମୃତ ମିତ୍ର’ ଏବଂ ‘ଓମେନ ଫର ଟ୍ରି’ ଭଳି ସାମାଜିକ ଅଭିଯାନ ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସାମିଲ କରାଯାଇ ଜଳାଶୟର ପୁନରୁଦ୍ଧାର ଏବଂ ପରିବେଶ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ସେହିପରି ‘କ୍ରେଡିଟ ଏନହାନ୍ସମେଣ୍ଟ’ ଭଳି ଅଭିନବ ଆର୍ଥିକ ବ୍ୟବସ୍ଥା ମାଧ୍ୟମରେ ଛୋଟ ଛୋଟ ସହରାଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରାଯାଉଛି |

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ୮୨ ତମ ଜିଲ୍ଲା ପରିଷଦ ବୈଠକ :

    April 15, 2026 ରାଜ୍ୟ

    ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :

    April 15, 2026 ଆଜିର ଖବର

    ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :

    April 15, 2026 ଆଜିର ଖବର

    ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::

    April 15, 2026 ଆଜିର ଖବର

    ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :

    April 15, 2026 ଆଜିର ଖବର

    ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::

    April 15, 2026 ରାଜ୍ୟ

    ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::

    April 15, 2026 ରାଜ୍ୟ

    ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ :

    April 15, 2026 ରାଜ୍ୟ

    ଓଡ଼ିଆ ନବବର୍ଷ ଅସ୍ମିତା, ପରମ୍ପରା ଓ ନୂଆ ସମ୍ଭାବନାର ଉତ୍ସବ ::

    April 14, 2026 ଆଜିର ଖବର

    କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ ::

    April 14, 2026 ରାଜ୍ୟ

    କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ::

    April 14, 2026 ଆଜିର ଖବର

    ସାନ ସାଇନ୍ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳନ ଯୋଗଦେଲେ ରାୟଗଡା ଏଡିଏମ :

    April 13, 2026 ରାଜ୍ୟ
    Watch YouTube

    You May Like

    ୮୨ ତମ ଜିଲ୍ଲା ପରିଷଦ ବୈଠକ :

    April 15, 2026

    ଓ୍ବାଙ୍ଖଡ଼େରେ କ୍ରିକେଟ୍ ଫୁଟବଲ୍‌ର ସୁନ୍ଦର ସମ୍ମିଳନ :

    April 15, 2026

    ସିବିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ :

    April 15, 2026

    ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ::

    April 15, 2026

    ଓଡ଼ିଶାରେ ଆସନ ବୃଦ୍ଧି ଯୋଜନା: ୧୧ ଲୋକସଭା ଓ ୭୪ ବିଧାନସଭା ପର୍ଯ୍ୟନ୍ତ ସମ୍ଭାବନା :

    April 15, 2026

    ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ::

    April 15, 2026

    ଜାଣନ୍ତୁ ଆଜିର ରାଶିଫଳ :

    April 15, 2026

    ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ::

    April 15, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.