ଆଜି ହେଉଛି ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ । ଆଜିର ଦିବସରେ ସାରା ରାଜ୍ୟରେ ପାଳନ ହେଉଛି ‘ଶିଶୁ କଥା ଦିବସ ‘। ଏହି ଅବସରରେ ଉମରକୋଟରେ ଥିବା ପି ଏମ୍ ଶ୍ରୀ ସଦାଶିବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ପକ୍ଷର ଏହି ଦିବସକୁ ପାଳନ କରିଛୁ।
ଓଡ଼ିଆ ବର୍ଣ୍ଣବୋଧ ଓ ଶିଶୁ ଲେଖା ପୁସ୍ତକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ ହୋଇଛି। ଯେଉଁ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ଭାଷା ପ୍ରତି ଅନୁରାଗ ପ୍ରକାଶ କରିବ। ସମସ୍ତ ବିଦ୍ୟାଳୟ ଗ୍ରନ୍ଥାଗାରରେ ଏହି ପୁସ୍ତକ ରହିବ। ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ତାରିଖ ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଉଥିବା ବେଳେ ଶିଶୁ କଥା ଦିବସ ତାହାର ଏକ ସୁନ୍ଦର ଅଂଶ।
ଚର୍ଚ୍ଚା news












