BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା::ଵଂଶଧାରା ନଦୀର ଉପର ମୁଣ୍ଡରେ ଆନିକଟ ଦାବୀ ନେଇ ନିଆରା ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ରାୟଗଡ଼ା ଜିଲ୍ଲା ସୀମାନ୍ତ ସାରା ବାଡ଼ିଙ୍ଗା ଗ୍ରାମରେ ଆଜି ଜଳ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି
ଗୁଣପୁର ବଂଶଧରl ଅବବାହିକା ସୁରକ୍ଷା ସମିତି କାର୍ଯକାରୀ ସଭାପତି ଅକ୍ଷୟ ଦାଶ ଙ୍କ ନେତୃତ୍ୱ ରେ ଗୁଣପୁର ପୌର ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼, ସାରା ପଂଚାୟତ ସମିତି ସଭ୍ୟ ଜଗନ୍ନାଥ ଦୋରା, ସୁରକ୍ଷା ସମିତି ସଦସ୍ୟ ବ୍ରଜ ନାୟକ, ଭୁବନେଶ୍ୱର ନାୟକ, ଦିବାକର ପାତ୍ର ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ସଦସ୍ୟ ୱାଇ. ଗଣପତି ଗୁଣପୁର ଓକିଲ ସଙ୍ଘ ସଭାପତି ରମେଶ ଲିମା ସହ ବି. ଜେ. ଡ଼ି ସମ୍ପାଦକ ଏସ. ବାବା ପ୍ରସାଦ, ଯୁବନେତା ରାମ ପଣ୍ଡା ଓକିଲ ଏସ. ଶିବାଜୀ, ରାଜେଶ ପାଢ଼ୀ, କିରଣ ପାଣିଗ୍ରାହୀ, ଶିବ ଡାକୁଆ, କେ. ରବିକୁମାର, ସାମ୍ବାଦିକ ସୋମେଶ୍ୱର ରାଓ ପ୍ରମୁଖ ସଂକଳ୍ପ ଯାତ୍ରା ରେ ଭାଗ ନେଇ ଥିଲେ l ସେମାନଙ୍କ ସହ ସଂକଳ୍ପ କାର୍ଯ୍ୟକ୍ରମ ରେ ସାରା, ବାଡ଼ୀଗାଁ, ଗାଦିଆଖଳା ଓ ଗୁଣପୁରର ଶତାଧିକ ଜଳ ସୁରକ୍ଷା କର୍ମୀ ଓ ଜନ ସାଧାରଣ ଯୋଗ ଦେଇ ପୁଣ୍ୟତୋୟା ବଂଶଧରl ର ପବିତ୍ର ଜଳକୁ ହାତରେ ଧରି ନଦୀଜଳକୁ ଆନ୍ଧ୍ର ଗୁପ୍ତ ଶୋଷଣରୁ ମୁକ୍ତ କରିବା ସହ ଏକଜୁଟ ହୋଇ ନଦୀ ଅବବାହିକା ସୁରକ୍ଷା କରିବାକୁ ଶପଥ ନେଇଥିଲେ l ଏଥି ସହ ବଂଶଧାରା ଉପର ମୁଣ୍ଡରେ ଜଳ ଆନିକଟ ନିର୍ମାଣ କରି ଓଡିଶା ର 50 ଭାଗ ଜଳ ରାଶି ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରି ଓଡିଶା ସରକାର ଙ୍କୁ ଦାବୀ ଉପସ୍ଥାପନ କରିଥିଲେ l ଦାବୀ ହାସଲ ପର୍ଯ୍ୟନ୍ତ ଅନୁରୂପ ଦୃଷ୍ଟି ଆକର୍ଷଣ ପଦକ୍ଷେପ ଗହଣ କରିବାକୁ ସହମତି ପ୍ରକାଶ କରିଥିଲେ l ପ୍ରକାଶ ଥାଉକି ଦୀର୍ଘ ଦଶନ୍ଧି ଧରି ବଂଶଧାରା ଅବବାହିକା ସୁରକ୍ଷା ସମିତି ଉପମୁଣ୍ଡରେ ଜଳ ଆନିକଟ ନିର୍ମାଣ ପାଇଁ ଆନ୍ଦୋଳନ ଚଳାଇ ଆସିଛି, ପୂର୍ବ ସରକାର ସମିତି ର କର୍ମକର୍ତା ମାନଙ୍କୁ ଡାକି ବଂଶଧlରା ଉପର ମୁଣ୍ଡରେ ଆଦିଗର୍ଭ ଅଡିବନ୍ଧ ହେବ ବୋଲି ଘୋଷଣା କରି ପ୍ରାୟ ୧୧ଶହ କୋଟି ଟଙ୍କା ବ୍ୟୟ ଅଟକଳ କରିଥିଲେ l ସେ ଘୋଷଣା ଏଵେ ନଥିପତ୍ର ଶୀତଳ ଭଣ୍ଡାର ର l ନଦୀଜଳ ବଣ୍ଟନ ନେଇ ବଂଶଧରl ଟ୍ରିବ୍ୟୁନାଲ ରାୟପ୍ରକାଶ ପାଇଲାପରେ ଓଡିଶା ର ତଟବର୍ତ୍ତୀ ଲୋକେ ଆତଙ୍କିତ ଅବସ୍ଥା ର ଥିଲା ବେକେ ବର୍ଷା ଦିନେ ଏହି ଅଞ୍ଚଳ ଜଳ ପ୍ଲାବିତ ହୋଇ ବୁଡ଼ି ଯିବ ସମ୍ଭାବନା ରହିଛି ଏଥି ସହ ଗ୍ରୀଷ୍ମ ଋତୁରେ ଆନ୍ଧ୍ର ର ଗୁପ୍ତ ଜଳ ନିଷ୍କାସନ ଯୋଗୁ ଏ ଅଂଚଳ ଜଳଶୂନ୍ୟ ହୋଇଯିବା ଆଶଙ୍କା ରହିଥିବାବେଳେ ଓଡିଶା ସରକାର ଙ୍କ ନୀରବତା ସମସ୍ତକୁ ଚକିତ କରିଛି l
ଚର୍ଚ୍ଚା news












