ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ଗୁଣ୍ଡିଚା ମନ୍ଦିର ଠାରେ ଆଜି ଉତ୍କଳ ସମ୍ମିଳନୀ ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ବହୁ ସକ୍ରିୟ ସଦଶ୍ଯ ଭାଗ ନେଇଥିଲେ। ଜିଲ୍ଲା ସଭାପତି ବ୍ରଜ ସୁନ୍ଦର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗୁଣପୁର ସହରର ବାଇପାସ୍ ଛକରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ବିଭିନ୍ନ ସାହି ମାନଙ୍କର ନାକୁ ଓଡିଶାର ବରପୁତ୍ର ମାନଙ୍କ ନାମରେ ନାମିତ କରିବା ପ୍ରସ୍ତାବକୁ ଗୁରୁତ୍ବ ଦିଆଯାଇ ଥିଲା। ଏହି ବୈଠକରେ ଉପସ୍ଥିତ ଥିବା ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଓ କାଉନସିଲର ଦେବୀ ପ୍ରଶାଦ ଆଚାର୍ଯ୍ୟ ପ୍ରତିମୂର୍ତ୍ତି ସ୍ଥାପନା ଓ ନାମକରଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ବୈଠକରେ ବିଭିନ୍ନ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଯାନବାହାନ ମାନଙ୍କରେ ଓଡିଆରେ ନାମକରଣ କରିବା, ବଂଶଧାରା ନଦୀଜଳ ର ବ୍ଯବହାର, ଖଣିଜ ସମ୍ପଦର ସୁରକ୍ଷା ଓ ସୀମାନ୍ତ ରେ ଓଡିଆଙ୍କ ସ୍ବାର୍ଥ କଥା ଚିନ୍ତା କରିବା ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଗୁଣପୁର ଶାଖା ର ଏକ କାର୍ଯ୍ଯାଳୟ ସହରରେ ଖୋଲିବାକୁ ଉପାଧ୍ୟକ୍ଷ ଶିବ ଗୌଡ ପ୍ରସ୍ତାବ ଦଜିଥିଲେ। ପୁର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ଏହି ବୈଠକ ରେ ହୋଇଥିବା ଆଲୋଚନା କୁ ପ୍ରସ୍ତାବ ଗୁଡିକୁ ଗୁରୁତ୍ବ ଦେବାକୁ କହିଥିଲେ। ବରିଷ୍ଠ ସଦଶ୍ଯ ବ୍ରହ୍ମାନନ୍ଦ ପଟ୍ଟନାୟକ, ମଦନ ପାଢି, କିଶୋର ପଣ୍ଡା, ପ୍ରଭାତ ଶତପଥି, ଉମା ଦାସ, ରାଜୀବ ସାହୁ, ରଂଜିତ ପାଢି, ବିଜୟ ମିଶ୍ର, ରମେଶ ପଣ୍ଡା ପ୍ରମୁଖ ସାଙ୍ଗଠନିକ ଅଭିବୃଦ୍ଧି ସମ୍ପର୍କରେ ନିଜ ମତ ରଖିଥିଲେ। ଶେଷରେ ସହଦଜବ ରଥ ଧନ୍ୟବାଦ ଅର୍ପଣ କରିଥିଲେ।











