କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ତଥା ଭବାନିପାଟଣା ସ୍ଥିତ ଏସ୍.ଏନ୍.ରେସିଡେନ୍ସି ସଭାଗୃହରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ରାଜ୍ୟ ସାମ୍ବାଦିକ ସଂଘ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡିର କୃଷି ଓ କୃଷକ ଶୀର୍ଷକ ଉପରେ ଖୋଲା ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଖୋଲା ଆଲୋଚନାର କାର୍ଯ୍ୟକ୍ରମ ଏକ ସୁନ୍ଦର ବାତାବରଣ ରେ ଶୁଭାରମ୍ଭ କରାଯାଇଥିଲା। ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହହଦେଓ, ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ଗାଳ୍ପିକ ଉମାଶଙ୍କର କର, ସଫଳ ଚାଷୀ ପ୍ରଶାନ୍ତ ପାଟଯୋଷୀ, ବରିଷ୍ଠ ସାମ୍ବାଦିକ ତଥା ସଫଳ ଚାଷୀ ସାନ୍ତାନୁ କୁମାର ବେହେରା, ସଫଳ ଚାଷୀ ଦିପ୍ତି ରଞ୍ଜନ ପ୍ରହରାଜ,ସଫଳ ଚାଷୀ କୃଷ୍ଣ ଚନ୍ଦ୍ର ନାଗ, ପ୍ରବୋଧ କୁମାର ରଥ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ କୃଷୀ ଓ କୃଷକ ମାନଙ୍କ ସମସ୍ୟାଓ ତାର ସମାଧାନ ଏବଂ ବିଭିନ୍ନ ଚାଷ ଉପରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ
କଳାହାଣ୍ଡିର କୃଷି ଓ କୃଷକ ଶୀର୍ଷକ ଉପରେ ଆଲୋଚନା ଓ କର୍ମଶାଳା
By Charcha News











