୧୧-୦୮-୨୫ ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ରମାନାଗୁଡ଼ା ଗୁଣପୁର ଓ ପଦ୍ମପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ ରମନା ଗୁଡ଼ା ବ୍ଲକ ଗୋସେଇଁ ଗୁଳୁମୁଣ୍ଡା ପଞ୍ଚାୟତର ର ସାନ ବାଙ୍ଗୀ ଠାରେ ପଲ୍ଲୀରେ ପ୍ରଶାସନ କର୍ଯ୍ୟକମ୍ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଙ୍କ ନେତୃତ୍ବ ରେ ସମସ୍ତ ବ୍ଲକ ପଦାଧିକାରୀ ମାନେ ଉପସ୍ଥିତ ରହି ଗାଁ ର ସମସ୍ୟା କଥା ଶୁଣିଥିଲେ ।ବ୍ୟକ୍ତିଗତ ୧୪ଟି ଅଭିଯୋଗ ଶୁଣିଥିବା ବେଳେ ସାମୁହିକ ଅଭିଯୋଗ ୬ ଟି ମୋଟ ୨୦ଟି ଅଭିଯୋଗ ର ସଙ୍ଗେ ସଙ୍ଗେ ଶୁଣାଣି କରାଯାଇଥିଲା।ଏହି ସମୟରେ ଅଧକ୍ଷ ରବି ଗମାଙ୍ଗ ସ୍ଥାନୀୟ ସରପଞ୍ଚ ,ଆର୍ ଆଇ ,ସୁପ୍ରଭାଇଯାର , ସିଆରସିସି ଏଏନ୍ଏମ୍,ଜିଆରଏସ ସିଆରପି, ଏମବିକେ,ଜିଆରଏସ ଗ୍ରାମ ବାସିନ୍ଦା ଉପସ୍ଥିତ ରହିଥିଲେ।ସେହିପରି ଗୁଣପୁର ବ୍ଲକ୍ ର ଡମ୍ବସରା ଠାରେ ଏଠାରେ ସହକାରୀ ଉପ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ଉପସ୍ଥିତ ରେ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ ।ସେହିପରି ପଦ୍ମପୁର ବ୍ଲକ ଲିକିଟି ପଦର ଠାରେ ମଧ୍ୟ ପଲ୍ଲୀରେ ପ୍ରଶାସନ ତରଫରୁ ଅଭିଯୋଗ ଶୁଣାଣି ହୋଇଥିଲା ଏହି ସମୟର ଏଇ,ପିଇଓ ସରପଞ୍ଚ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ର ଶୁଣାଣି କରିଥିଲେ











