ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଉପକଣ୍ଠରେ ଦୁଇଟି ଟ୍ରେନ୍ ଧକ୍କାରେ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ସରକାରୀ ରେଳ କମ୍ପାନି KAIର ମୁଖପାତ୍ର ଫ୍ରାନୋଟୋ ୱିବୋଓ କମ୍ପାସ୍ ଟିଭିକୁ କହିଛନ୍ତି |
BY-SUBHASMITA-28.4.2026
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଉପକଣ୍ଠରେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ଟ୍ରେନ୍ ସମ୍ମୁଖସମ୍ମୁଖି ଧକ୍କା ଲାଗିବାରୁ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସରକାରୀ ରେଳ କମ୍ପାନି KAIର ମୁଖପାତ୍ର ଫ୍ରାନୋଟୋ ୱିବୋଓ କମ୍ପାସ୍ ଟିଭିକୁ କହିଛନ୍ତି ଯେ, ହସ୍ପିଟାଲ ରେକର୍ଡ ଅନୁଯାୟୀ ଆହତ ହୋଇଥିବା ୭ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସେନା, ଅଗ୍ନିଶମ ବିଭାଗ ଓ ଜାତୀୟ ସନ୍ଧାନ-ଉଦ୍ଧାର ଦଳ ମିଶି ଆହତମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ।
ଚର୍ଚ୍ଚା NEWS












