ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଜନ୍ମ ପଞ୍ଜିକରଣ କରୁଥିବା ପୁରୁଷ ସ୍ବାସ୍ଥ୍ୟ କର୍ମୀ କୁଞ୍ଜ ବିହାରୀ ରାଉତ ଏବେ ଭିଜିଲାନ୍ସ ହାତରେ ଧାରା ପଡ଼ିଛି। ଟଙ୍କା ୩ହଜାର ଲାଞ୍ଚ ନେବାବେଳେ ଧରା ପଡ଼ିଥିଲେ। ଜନ୍ମ ସାର୍ଟିଫିକେଟ କୁ ସଂଶୋଧନ କରିବା ନିମନ୍ତେ ୬ହଜାର ଟଙ୍କା ଲାଞ୍ଚ ମାଗିଥିଲା।ଗରିବ ଚାଷୀ ଠାରୁ ପ୍ରଥମେ ୩ହଜାର ଟଙ୍କା ଦେବା ପରେ ସାର୍ଟିଫିକେଟ ଅପ ଡେଟ ପରେ ଆଉ ୩ହଜାର ଟଙ୍କା ମାଗିଥିଲା।ଏହି ସମୟ ରେ ପୁଣି ଟଙ୍କା ଲାଞ୍ଚ ନେବବେଳେ ଭିଜିଲାନ୍ସ ହାତରେ ଧାରା ପଡ଼ିଥିଲା।ରଙ୍ଗ ବୁଡା ଟଙ୍କା ଜବତ କରିବା ପଟେ।ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ପୁରୁଷ ସ୍ବାସ୍ଥ୍ୟ କର୍ମୀ କୁଞ୍ଜ ବିହାରୀ ରାଉତ କୁ ଗିରଫ କରିଥିବା କୁହାଯାଇଛି। କୁଞ୍ଜ କୁ ଧରିବା ପରେ ମୁନିଗୁଡ଼ା ଅଫିସ ସମେତ ଡୁକୁମ ରାସ୍ତାରେ ନିର୍ମାଣ ଚାଲିଥିବା ଘର କୁ ଯାଇ ଚଢାଉ କରି ତଦନ୍ତ କରୁଛି ଭିଜିଲାନ୍ସ।ଏ ନେଇ କୋରାପୁଟ ଭିଜିଲାନ୍ସ ଅଫିସ ରେ କେସ ନମ୍ୱର୍ ୨୭/୨୦୨୫ ରେ ମାମଲା ରୁଜୁ ହୋଇ ଆଧିକତଦନ୍ତ ଆରମ୍ଭ କରିଛି
ଭିଜିଲାନ୍ସ ଜାଲରେ ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ କର୍ମୀ,ବାର୍ଥ ସାର୍ଟିଫିକେଟ ରେ ନାମ ସଂଶୋଧନ ନିମନ୍ତେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ
By Charcha News











