ଟିଏମସି ଶିବିରରେ ଛାଇଲା ଚିନ୍ତା
କୋଲକତା :ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଏହିମଧ୍ୟରେ ପଶ୍ଚିମବଙ୍ଗର ପ୍ରାରମ୍ଭିକ ଟ୍ରେଣ୍ଡ ରାଜନୈତିକ ମହଳରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି।
ରାଜ୍ୟର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ ଆସନରେ ଭୋଟ ଗଣନା ଚାଲିଥିବାବେଳେ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ବଡ଼ ଆଗୁଆ ହୋଇଥିବା ଦେଖାଯାଇଛି। ତଥ୍ୟ ଅନୁସାରେ ବିଜେପି ୧୬୦ ଆସନରେ ଆଗୁଆ ଥିବାବେଳେ ଶାସକ ତୃଣମୂଳ କଂଗ୍ରେସ ୧୧୭ ଆସନରେ ଆଗରେ ରହିଛି। ଅନ୍ୟାନ୍ୟ ଦଳ ୧ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ୧୪୮ ଆସନର କୁହୁକ ସଂଖ୍ୟା ଆବଶ୍ୟକ ଥିବାବେଳେ ବିଜେପି ପ୍ରାରମ୍ଭିକ ଗଣନାରେ ଏହି ସୀମାକୁ ଅତିକ୍ରମ କରିଥିବା ଦେଖାଯାଇଛି। ଫଳରେ ଟିଏମସି ଶିବିରରେ ଚିନ୍ତା ବଢ଼ିଥିବାବେଳେ ବିଜେପି କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖାଦେଇଛି। ପଶ୍ଚିମବଙ୍ଗର ଏହି ଟ୍ରେଣ୍ଡ ଏବେ ଦେଶର ରାଜନୀତିରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।
ଚର୍ଚ୍ଚା news












