Author: Charcha News

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା : ରାଜ୍ୟ ପଶ୍ଚିମ ବଙ୍ଗର ମେଦିନୀପୁର ଜିଲ୍ଲା ସ୍ଥିତ ଝାଡ ଗ୍ରାମ ସହର ରେ ଆଜି ସରକାରୀ ପ୍ରକଳ୍ପ ଉଦ୍ ଘାଟନ କରିବା ପାଇଁ ପଶ୍ଚିମ ବଙ୍ଗ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇ ଥିବା ବେଳେ ମଞ୍ଚ ଉପରକୁ ଉଠି ଆଦିବାସୀ ମହିଳା ମାନେ ଆଦିବାସୀ ଗୀତ ରେ ନୃତ୍ୟ କରୁଥିଲେ ଓ ମମତା ବାନାର୍ଜୀ ମଞ୍ଚା ଉପରେ ଉଠି ଆଦିବାସୀ ମହିଳା ଙ୍କ ସହିତ ଆଦିବାସୀ ଗୀତ ରେ ନୃତ୍ୟ କରି ଥିଲେ

Read More

ଗୁଣପୁର ତା:୦୭-୦୮-୨୦୨୫ରିଖ ଦିନ ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀ ଅଭିଷେକ ଦିଲ୍ଲୀପ ଦୁଧାଲ ଗୁଣପୁର ଉପ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି । ୨୦୨୩ ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀ ତାଲିମ ଗ୍ରହଣ କରି ଆଜି ଗୁଣପୁରରେ ଯୋଗଦାନ କରିଛନ୍ତି । ପ୍ରକଳ୍ପ ପ୍ରଶାସକଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ଏହି ଅବସରରେ ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଉପ ବିଭାଗୀୟ ଅଧିକାରୀ ମନରଞ୍ଜନ କାର୍ଜି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ପ୍ରମୁଖ ସ୍ୱାଗତ ଜଣେଇଥିଲେ ।

Read More

ମାଲକାନଗିରି ୦୭/୦୮/୨୫(ରିପୋର୍ଟ, ମାନସ୍ ନେତାମ୍, ଚର୍ଚ୍ଚା ନ୍ୟୁଜ୍) ମୃତ ଦାଦନ ଶ୍ରମିକ ବାପି ମଣ୍ଡଳଙ୍କ ପରିବାରର ଅଭିଯୋଗକୁ ଦୃଷ୍ଟିରେ ରଖି ଏହାର ସତ୍ୟତା ଜାଣିବା ପାଇଁ ମାଲକାନଗିରି ଜିଲ୍ଲାର କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ତରଫରୁ ଏକ ମିଳିତ ଅନୁସନ୍ଦନକାରୀ ଦଳ ଗଠନ କରାଯାଇ ଏହାର ତଦନ୍ତ ପାଇଁ ମୋଟୁ ପହଞ୍ଚି ଥିଲେ ଏହି ଦଳ। ଏହି ଦଳର ନେତୃତ୍ୱ INTUC ଜିଲ୍ଲା ଆବାହକ ହାରାଣ ମଣ୍ଡଳ, AITUC ଜିଲ୍ଲା ସଭାପତି ମହାନନ୍ଦ ଦୁର୍ଗା ଓ ONSS State Council Member କୁମାର ଜାଳିଆ ଙ୍କ ନେତୃତ୍ୱ ରେ ଗତ କାଲି ୦୬/୦୮/୨୫ ତାରିଖ ରେ ମୋଟୁ ଥାନାରେ ଥାନା ମୃତ ଏମ.ପି.ଭି -୧୦ ଗ୍ରାମର ବାପି ମଣ୍ଡଳ ର କେସ ବିଷୟରେ ତଦାରଖ କରିବାକୁ ଆସିଥିଲେ ଏହି କେନ୍ଦ୍ରିୟ ଦଳ।ମାତ୍ର ୫ ହଜାର ଟଙ୍କା ପାଇଁ ଜଣେ ଠିକାଦାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ଜଣେ ମହିଳା ଏବଂ ଜଣେ ପୁରୁଷ। ନାମ-ବିଲାଲ ହୋସେନ ଏବଂ କୁଲସୁମ ବିବି। ସେମାନେ ବାଂଲାଦେଶର ସାତଖିରା ଜିଲ୍ଲାରେ ବାସିନ୍ଦା ରାଇମଙ୍ଗଳ ନଦୀ ସୁନ୍ଦରବନ ଦେଇ ପ୍ରବାହିତ ହୁଏ। ନଦୀର ଗୋଟିଏ ପାର୍ଶ୍ୱରେ ଭାରତ ଏବଂ ଅନ୍ୟ ପାର୍ଶ୍ୱରେ ବାଂଲାଦେଶ। କିଛି ଦିନ ପୂର୍ବରୁ, ଆମେ ବାଂଲାଦେଶୀ ନାଗରିକମାନଙ୍କୁ ଏହି ନଦୀର ଜଳ ସୀମା ବ୍ୟବହାର କରି ଭାରତରେ ପ୍ରବେଶ କରୁଥିବାର ଦେଖିଲୁ। ପୁଣି ସମାନ ଘଟଣା। ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର ୨୪ ପର ଗଣା ଜିଲ୍ଲା ସ୍ଥିତ ବସିରହାଟ ଉପଖଣ୍ଡର ହେମନଗର ଉପକୂଳ ପୋଲିସ ଷ୍ଟେସନ ଦେଇ ଜଳ ସୀମା ପାର କରି କାଲିତାଲାର ମିଶନ ଛକରେ ବୁଲୁଥିବାର ବେଳେ ସେହି ସମୟରେ ହେମନଗର ପୋଲିସ ଷ୍ଟେସନ ସେମାନଙ୍କୁ ଅଧିକାର ଦେବା ସମୟରେ ସେମାନଙ୍କ ନଜର ପଡ଼ିଲା ଏବଂ ସନ୍ଦେହ ରୁ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନଙ୍କ କଥାରେ ଅସଙ୍ଗତି ଦେଖାଗଲା। ହେମନଗର…

Read More

ମାଲକାନଗିରି, ୭/୮/୨୦୨୫:(ରିପୋର୍ଟ, ମାନସ୍ ନେତାମ୍, ଚର୍ଚ୍ଚା ନ୍ୟୁଜ୍) ଆଜି ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଅନଲାଇନ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲ୍ ଠାରେ ଜିଲ୍ଳାପାଳ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଅତିରିକ୍ତ ହସ୍ତଶିଳ୍ପ ଅଧିକାରୀ ଗୁରୁଚରଣ, ଡେପୁଟି କଲେକ୍ଟର ଜଗଜୀବନ ଚୌଧୁରୀ, ଡେପୁଟି କଲେକ୍ଟର ସୁଧାକର ରଇତ, ଡିଇଜିଏମ ଶୁଭାଶିଷ ପଟ୍ଟନାୟକ, ସହାୟକ ଜିଲ୍ଲାପାଳ ମୁନା ତୁରୁକ୍ ଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ…

Read More

ମାଲକାନଗିରି,୭/୦୮(ରିପୋର୍ଟ , ମାନସ୍ ନେତାମ୍ , ଚର୍ଚ୍ଚା ନ୍ୟଜ୍) ମାଲକାନଗିରି ସ୍ଥିତ କନିଶକା ହିରୋ ଶୋ ରୁମ୍ ପକ୍ଷରୁ ହିରୋ କଂପାନିର ନୂଆ ସ୍କୁଟର ଜୁମ୍- ୧୨୫ସିସି ବଜାର ପ୍ରବେଶ ଉତ୍ସବ ଆୟାଜିତ ହୋଇଯାଇଛି। ମାଲକାନଗିରି କନିଶକା ହିରୋ ମାଲିକ ରମେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ଗ୍ରାହକଙ୍କୁ ନୂଆ ସ୍କୁଟର ବିଷୟରେ ସୂଚନା ଦେଇଥିଲେ। ୧୨୫ସିସି ବିଶିଷ୍ଟ ସ୍କୁଟର, ୯.୮ ବିଏସ୍ପି ସହ ୫୨.୮ ମାଇଲେଜ ଦେଉଛି। ଘଣ୍ଟା ପ୍ରତି ବେଗ ୯୫କିଲୋମିଟଟ ପର୍ଯ୍ୟନ୍ତ ରହିଥିଲା ବେଳେ ୫ଲିଟର ବିଶିଷ୍ଟ ତେଲ ଟାଙ୍କି ରହିଛି। କଂପାନି ପକ୍ଷର ଦୁଇଟି ମଡେଲ ବଜାରକୁ ଆସିଛି। ଯାହା ଗ୍ରାହକଙ୍କୁ ପସନ୍ଦ ଆସିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଗୋଟିଏ ମଡେଲର ଦର ୯୩୬୦୦ ଟଙ୍କା ଏବଂ ଅନ୍ୟ ଗୋଟିଏ ମଡେଲର ଦର ୯୯୯୯୦ ଟଙ୍କା ରହିଛି। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦର ୨ଚକିଆ ଜାନ ହେବ ବୋଲି ମାଲକାନଗିରି କନିଷ୍କା ହିରୋ ଶୋ…

Read More

Reporter- Rabindra nath mohapatro ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ରାୟଗଡା SP ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ନାରୀ ଓ ଛାତ୍ରୀ ମାନେ ଅସୁରକ୍ଷିତ ମନେ କରୁଛନ୍ତି ଏବଂ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ ବଢିଚାଲିଛି। ନାରୀ ସୁରକ୍ଷା ପାଇଁ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜୁ ଯୁବ ଛାତ୍ର ଜନତା ଦଳପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ରାୟଗଡା ନଗର ସଭାପତି ପ୍ରବୀଣ କୁମାର ଙ୍କ ନେତୃତ୍ବରେ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୋଲିସ୍ ଡିଜିଙ୍କ ଉଦ୍ୟେଶ ରାୟଗଡା SP ସ୍ଵାତି S କୁମାର ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି I ଦାବିପତ୍ର ପ୍ରଦାନ ବେଳେରାୟଗଡା ସହରର ସ୍ୱୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ…

Read More

ମାଲକାନଗିରି ୦୭/୦୮/୨୫(ରିପୋର୍ଟ୍, ମାନସ୍ ନେତାମ୍, ଚର୍ଚ୍ଚା ନ୍ୟୁଜ୍) ମାଲକାନଗିରି ବନ ବିଭାଗ ଅନ୍ତର୍ଗତ MV-11 ଗାଁରେ ଏକ ଭାରତୀୟ ଅଜଗର ଉଦ୍ଧାର କରାଯାଇଛି। ଏହି ଅଜଗରକୁ ଜଣେ ପ୍ରଶିକ୍ଷିତ ସ୍ନେକ୍ ରେସ୍କ୍ୟୁର ଓ ବନ ବିଭାଗର ବନ୍ୟପ୍ରାଣୀ ଦଳ ସହ ମିଳି ଉଦ୍ଧାର କରିଥିଲେ। ପରେ, ସେହି ଅଜଗରକୁ ସୁରକ୍ଷିତ ଭାବେ ତାହାର ପ୍ରାକୃତିକ ଆବାସକୁ ଫେରାଇ ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ବନ୍ୟଜନ୍ତୁ ଦେଖାଦେଲେ ସେଗୁଡିକୁ ମାରିବା ବଦଳରେ ବନ ବିଭାଗକୁ ସୂଚନା ଦେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ଏହା ବନ ବିଭାଗ ଦ୍ୱାରା ଚାଲାଯାଉଥିବା ଜନସଚେତନତା ଓ ସମ୍ବେଦନଶୀଳତା ଅଭିଯାନର ଫଳ। ଏହି ପରିବର୍ତ୍ତନଶୀଳ ମନୋଭାବ ସ୍ଥାନୀୟ ଜୀବ ବିବିଧତା ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହିସାବରେ ପରିଗଣିତ ହେଉଛି। DFO ମାଲକାନଗିରି ଶ୍ରୀ ସାଇକିରଣ ଡି କହିଛନ୍ତି, “ମାଲକାନଗିରି ବନ ବିଭାଗ ଦ୍ୱାରା ଚାଲୁଥିବା ସଚେତନତା ଅଭିଯାନ ଫଳରେ ଲୋକେ ବନ୍ୟପ୍ରାଣୀ ସହ ସମ୍ମୁଖୀନ…

Read More

ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ଆଙ୍କର/ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର ୨୪ ପର ଗଣା ଜିଲ୍ଲା ସ୍ଥିତ ହିଙ୍ଗଲଗଞ୍ଜର ଉତ୍ତର ମାମୁଦପୁର ଗାଁରେ ଏକ ବ୍ୟତିକ୍ରମିକ ଏବଂ ଚାଞ୍ଚଲ୍ୟକର ଘଟଣା ଘଟିଛି। ପୂର୍ବତନ ସେନା ଅଧିକାରୀ ନରେନ ନାୟକ ତାଙ୍କ ପତ୍ନୀଙ୍କୁ ପ୍ରେମରୁ ବିବାହ କରିଥିଲେ। କିନ୍ତୁ, ତିନି ବର୍ଷର ବୈବାହିକ ଜୀବନ ଭାଙ୍ଗିବା ପରେ, ସେ ଆଜି ସେହି ପତ୍ନୀଙ୍କ ଜୀବିତ ଥିବା ସମୟରେ ତାଙ୍କର ଶ୍ରାଦ୍ଧ କରିଥିଲେ! ଏହି ବ୍ୟକ୍ତି ତାଙ୍କ ଜୀବନର ଏକ ଅଧ୍ୟାୟକୁ ତାଙ୍କ ସ୍ତ୍ରୀ ଙ୍କ ଫଟୋ ଜାଳି, ପିଣ୍ଡ ଅର୍ପଣ କରି ଏବଂ ନିୟମ ଅନୁଯାୟୀ ଯଜ୍ଞ କରି ଶେଷ କରିଥିଲେ। ପ୍ରେମ ସମ୍ପର୍କ ତିନି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ନରେନବାବୁ ଧଳତିଠା ଅଞ୍ଚଳର ୩୩ ବର୍ଷୀୟା ସୁମିତା ସରକାରଙ୍କୁ ଭେଟିଥିଲେ ଏବଂ କିଛି ଦିନ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମାଜର ପ୍ରତିବନ୍ଧକକୁ ଅତିକ୍ରମ କରି ସେମାନେ ବିବାହ କରିଥିଲେ।…

Read More