ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଭାରୀ ବର୍ଷ ଯେମିତି ଉତ୍ତରବଙ୍ଗରେ ପଛ ଛାଡୁନାହିଁ। ଗତ ସପ୍ତାହ ଶୁକ୍ରବାରଠାରୁ ଲଗାତାର ବର୍ଷା ଯୋଗୁଁ ଶନିବାର ସିଲିଗୁଡି-ସିକିମ ରାସ୍ତାର ଏକ ଅଂଶ ତିସ୍ତା ଜଳରେ ବୁଡ଼ି ଯାଇଥିଲା। ଗତ ପାଞ୍ଚ ଦିନ ଧରି ୧୦ ନମ୍ବର ଜାତୀୟ ସଡକରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। କାଲିମ୍ପଙ୍ଗ ଜିଲ୍ଲାର ଋଷିଖୋଲା ଏବଂ ତାରଖୋଲା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ, ଜାତୀୟ ସଡକର ପ୍ରାୟ ଅଧା ଅଂଶ ନାହିଁ। ଯଦିଓ ବର୍ଡର ରୋଦ୍ ଅର୍ଗାନାଇଜେସନ (ବିଆରଓ) ପରିସ୍ଥିତିର ମୁକାବିଲା ପାଇଁ କାମ ଆରମ୍ଭ କରିସାରିଛି, ତେବେ ପ୍ରବଳ ବର୍ଷା କିଛି ସ୍ଥାନରେ ବାଧା ସୃଷ୍ଟି କରୁଛି। କୌଣସି ଦୁର୍ଘଟଣା ଏଡାଇବା ପାଇଁ ପ୍ରଶାସନ ପୂର୍ବରୁ ଏହି ଅଞ୍ଚଳଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି।ଅନ୍ୟପକ୍ଷରେ, ଯାତ୍ରୀମାନେ ଲାଭା ଏବଂ ଗୋରୁବଥାନ ଦେଇ ସିକିମକୁ ଏକ ବିକଳ୍ପ ରାସ୍ତା ବ୍ୟବହାର କରୁଛନ୍ତି। ତିସ୍ତା ବଜାର ଦେଇ ଯୋଡ ବଙ୍ଗଳାକୁ ଯିବା ପାଇଁ ରାସ୍ତା ଖୋଲା ଅଛି।…
Author: Charcha News
କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଆଜି ଦିଲ୍ଲୀ ସାଂସଦ ଭବନ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଭେଟି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ କୋରାପୁଟ ଜିଲ୍ଲା ର ମେଡିକାଲ କଲେଜ୍ କୁ ରିଭାଇଲ କରିବା ସହ ବୁଷ୍ଟଇଂଗ ଟୁରୁଜୀମ କୁ ଗୁରୁତ୍ଵ ଦେବା ଏଥି ସହ ରାୟଗଡ଼ା ଜିଲ୍ଲା ରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ସହ ଏୟାର ପୋର୍ଟ କରିବା ପାଇଁ ଦାବି କରିବା ସହ ଚିଠି ଲେଖିଥିଲେ।ପରେ ମୁଖ୍ୟମନ୍ତ୍ରୀ ଓ କୋରାପୁଟ ସାଂସଦ ଙ୍କ ଫୋଟ ନିଜ x ହେଣ୍ଡେଲ ପେଇଜ ରେ ସେର କରିଥିଲେ।
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାଆଙ୍କର: “ହୁଏତ ଋଣ ପରିଶୋଧ କର, ନଚେତ୍ ବିଷ ଖାଓ”! ଏହା କହି ସ୍ତ୍ରୀର ହାତରେ ବିଷର ଏକ ପ୍ୟାକେଟ ଧରାଇ ଦେଇଥିଲା ସ୍ବାମୀ। ଅବଶେଷରେ, ଅପମାନ ଏବଂ ଅଭିମାନରେ ଭାଙ୍ଗି ପଡ଼ି ବିଷ ପିଇ ଆତ୍ମହତ୍ୟା କଲେ ସ୍ତ୍ରୀ। ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ କାଲନା ମହକୁମା ଡାକ୍ତରଖାନାରେ ମୃତଦେହର ଶବ ବ୍ୟବଚ୍ଛେଦ କରାଯାଇଛି। ଘଟଣାଟି ପୂର୍ବସ୍ଥଳୀ ଥାନାର ପୂର୍ବସ୍ଥଳୀ ଷ୍ଟେସନ ବଜାର ଅଞ୍ଚଳରେ ଘଟିଛି। ମୃତ ଗୃହିଣୀଙ୍କ ନାମ ଅମିତାଜ ବିବି, ବୟସ ୩୬ ବର୍ଷ। ତାଙ୍କ ଘର ପୂର୍ବସ୍ଥଳୀ ଷ୍ଟେସନ ସଂଲଗ୍ନ ଅଞ୍ଚଳରେ। ମଙ୍ଗଳବାର ମୃତକଙ୍କ ପୁଅ କାଲନା ହସ୍ପିଟାଲରେ ଉପସ୍ଥିତ ହୋଇ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ମାଆଙ୍କୁ ଦୀର୍ଘ ଦିନ ଧରି ନିର୍ଯାତନା ଦେଇ ଆସୁଥିଲେ। ଏହା ସହିତ ତାଙ୍କ ମା’ଙ୍କ ନାମରେ ୧ ଲକ୍ଷ ୧୮ ହଜାର ଟଙ୍କା ଋଣ ଥିଲା। ତାଙ୍କ ବାପା…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାସକାଳେ କୋଲକାତା ସହରରେ ଏକ ଚାଞ୍ଚଲ୍ୟକର ଘଟଣା। ହେୟାର ଷ୍ଟ୍ରିଟ୍ ଥାନା ନିକଟରେ ଜଣେ ମଧ୍ୟବୟସ୍କ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଲା। ମହିଳାଙ୍କ ମୃତଦେହ ଏକ ଭ୍ୟାନ୍ ଉପରେ ପଡ଼ିଥିଲା। ଏହାକୁ ନେଇ ବ୍ୟାପକ ଚାଞ୍ଚଲ୍ୟ। ଖବର ପାଇ ବୌବଜାର ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ, ପୋଲିସ ଏପର୍ଯ୍ୟନ୍ତ ମହିଳାଙ୍କ ନାମ ପ୍ରକାଶ କରିନାହିଁ।ତାଙ୍କର ମୃତ୍ୟୁ କିପରି ହେଲା? ମୃତଦେହ କେଉଁଠାରୁ ଆସିଲା? ହତ୍ୟା ନା ଅନ୍ୟ କୌଣସି ରହସ୍ୟ? ତଦନ୍ତ ଚାଲିଛି। ପ୍ରାଥମିକ ଭାବରେ, ମହିଳାଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ନାହିଁ ବୋଲି ଜାଣିବାକୁ ମିଳିଛି। କୁହାଯାଉଛି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟ ତଦନ୍ତରେ ଅତିରିକ୍ତ ସହାୟତା ଯୋଗାଇବ। ପୋଲିସ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। କିନ୍ତୁ ସହରର ମଧ୍ୟଭାଗରେ ଥିବା ଏକ ଥାନା ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା…
ମାଲକାନଗିରି ୦୬/୦୮/୨୫( ରିପୋର୍ଟ,ମାନସ୍ ନେତାମ୍ ଚର୍ଚ୍ଚା ନ୍ୟୁଜ୍) ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଗୋଟିଏ ବୋଲେରୋ ଗାଡିରୁ ୧୦୭୮ କଇଁଛ ସମେତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ମୋଟୁ ବନ ବିଭାଗ। ମିଳିଥିବା ସୂଚନାନୁଯାୟୀ ମାଲକାନଗିରି ବନାଧିକାରୀ ସାଇ କିରଣ ଡ଼ି ଏନ ବିଶେଷ ସୂତ୍ରରୁ ଖବର ପାଇ ମୋଟୁ ବନ ବିଭାଗର ଏକ ଟିମ କୁ ସୋମବାର ବିଳମ୍ବିତ ରାତ୍ର ସମୟରେ ୨ ଭାଗରେ ବିଭକ୍ତ କରି ଗୋଟିଏ ଟିମ କୋଣ୍ଟା ବ୍ରିଜ ଏବଂ ଅନ୍ୟ ଏକ ଟିମ ମୋଟୁ ବ୍ରିଜ ନିକଟରେ ପାଟ୍ରୋଲିଂ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହି କଇଁଛ ଗାଡିକୁ ଧରିବା ପାଇଁ ୬ ଟିମ ଗଠନ କରି ସଜାଗ ରହିଥିଲେ l ଏଥିରେ ମୁଖ୍ୟ ବନପାଳ ମୁରଲୀଧର ଅନୁଗୁଳିଆ କୋଣ୍ଟା ବ୍ରିଜ ଉପରେ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ଗାଡିଟିକୁ ସନ୍ଦେହରେ ଅଟକାଇଥିଲେ।…
ସାମ୍ବାଦିକ: ପ୍ରଶାନ୍ତ ରାଉଳକୋଲକାତାବର୍ଷାର ଶେଷ ଭାଗରେ ମଧ୍ୟ ବିପର୍ଯ୍ୟୟରୁ ରକ୍ଷା ପାଇବାର କୌଣସି ସମ୍ଭାବନା ନାହିଁ। ପ୍ରବଳ ବର୍ଷା ଯୋଗୁଁ ବଙ୍ଗଳା ପୁଣି ଅସ୍ତବ୍ୟସ୍ତ ହେବ। ଚଳିତ ସପ୍ତାହରେ ଉତ୍ତରରୁ ଦକ୍ଷିଣବଙ୍ଗ ପର୍ଯ୍ୟନ୍ତ ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏକାଧିକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ଜଣାଇଛି ଯେ ମୌସୁମୀ ଅକ୍ଷରେଖା ଉତ୍ତରବଙ୍ଗ ଉପରେ ହିମାଳୟର ପାଦଦେଶରେ ଅବସ୍ଥିତ। ଉତ୍ତର ବାଂଲାଦେଶରେ ଏକ ଘୂର୍ଣ୍ଣିଝଡ଼ ରହିଛି। ଏହା ଯୋଗୁଁ ରାଜ୍ୟକୁ ପ୍ରଚୁର ଜଳୀୟବାଷ୍ପ ପ୍ରବେଶ କରୁଛି। ଚଳିତ ସପ୍ତାହରେ ଦକ୍ଷିଣବଙ୍ଗର ଜିଲ୍ଲାଗୁଡ଼ିକରେ ପୁଣି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ସତର୍କତା ମଧ୍ୟ ଜାରି କରାଯାଇଛି। ପୁଣି ଥରେ ବିସ୍ତୃତ ଅଞ୍ଚଳ ପାଣିରେ ବୁଡ଼ି ରହିପାରେ।ଅନ୍ୟପଟେ, ଉତ୍ତରବଙ୍ଗର ଜିଲ୍ଲାଗୁଡ଼ିକରେ ମଧ୍ୟ ପାଗର ପରିସ୍ଥିତି ଯୋଗୁଁ କଷ୍ଟ ବଢ଼ିପାରେ। ପ୍ରବଳ ବର୍ଷା ଯୋଗୁଁ ଉତ୍ତରବଙ୍ଗର ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇବ।…
୦୬/୦୮/୨୫(ରିପୋର୍ଟ୍, ମାନସ୍ ନେତାମ୍, ଚର୍ଚା ନ୍ୟୁଜ୍)ମାଲକାନଗିରି ଜିଲ୍ଲାର ମାଥିଳି ବନବିଭାଗ ରେଞ୍ଜ ଅନ୍ତର୍ଗତ ବୁରୁଡିଗୁଡା ରିଜର୍ଭ ଫୋରେଷ୍ଟ ବନ ବିଭାଗର କର୍ମଚାରୀମାନେ ରୁଟିନ୍ ପଦଯାତ୍ରା କରିବା ସମୟରେ ଜଣେ ଭାଲୁ ମାଆ ଓ ତାଙ୍କ ଛୁଆକୁ ଏକ ଫାନ୍ଦରେ ଫସିଥିବା ଅବସ୍ଥାରେ ଦେଖିଥିଲେ। ଏହି ଫାନ୍ଦ ଅବୈଧ ଭାବରେ ଜନ୍ତୁ ଧରିବା ପାଇଁ ପତିତ ହୋଇଥିବା ନିଶ୍ଚିତ ହୋଇଥିଲା।ଘଟଣାର ସୂଚନା ମିଳିବା ସହିତ, ମାଥିଳି ବନ ରେଞ୍ଜର ଫିଲ୍ଡ ଷ୍ଟାଫ୍ ସହ ରାପିଡ୍ ରେସପୋନ୍ସ ଟିମ୍ ତୁରନ୍ତ ଘଟଣା ସ୍ଥଳକୁ ଜାଇ ଉଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କଲେ। ଅତ୍ୟନ୍ତ ସାବଧାନତା ଓ କୌଶଳତା ପ୍ରକ୍ରିୟା ଅନୁସରଣ କରି ଉଦ୍ଧାର କାର୍ଯ୍ୟକ୍ରମ ଚାଲିଥିଲା। ଭାଲୁ ଓ ତାଙ୍କ ଛୁଆକୁ ଫାନ୍ଦରୁ ବାହାର କରି ନିକଟସ୍ଥ ଜଙ୍ଗଲ ଅଭିମୁଖେ ଛଡାଗଲା। ଏହି ସଫଳ ଉଦ୍ଧାର କାର୍ଯ୍ୟକୁ ବନ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ଗ୍ରହଣ କରିଛି।ଘଟଣା ସ୍ଥଳକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ,…
୦୬/୦୮/୨୫ (ରିପୋର୍ଟ, ମାନସ୍ ନେତାମ୍ ଚର୍ଚ୍ଚା ନ୍ୟୁଜ୍) ମାଲକାନଗିରି ବ୍ଲକ ଶହୀଦ୍ ନରସିଂ ଡମ୍ ସମାଜ ତରଫରୁ ଆଦିବାସୀ ମାନ୍ୟତା ନିମନ୍ତେ ଆଜି ମାଲକାନଗିରି ବ୍ଲକ ପଦ୍ମଗିରି ଧାନ ମଣ୍ଡି ଠାରେ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଜିର ଶହୀଦ୍ ନରସିଂ ଡମ୍ ସମାଜ କାର୍ଯ୍ୟକ୍ରମ ରେ ନୂତନ ବ୍ଲକ ସଭାପତି ଶ୍ରୀ ଦେନିରାମ ନାଗୁଲ ଓ ବ୍ଲକ କମ୍ମିଟି ପଦାଧିକାରୀ ଙ୍କ ନେତୃତ୍ୱରେ ମାଲକାନଗିରି ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତର ଶହୀଦ୍ ନରସିଂ ଡମ୍ ସମାଜ କର୍ମକର୍ତ୍ତା ,ମାଲକାନଗିରି ଜିଲ୍ଲାର ୭ ବ୍ଲକ ର ଶହୀଦ୍ ନରସିଂ ଡମ୍ ସମାଜ କର୍ମକର୍ତ୍ତା ଏବଂ ମାଲକାନଗିରି ଜିଲ୍ଲା ଶହୀଦ୍ ନରସିଂ ଡମ୍ ସମାଜ ଜିଲ୍ଲା ନେତୃମଣ୍ଡଳୀଙ୍କ ସହ ହଜାର ହଜାର ଶହୀଦ୍ ନରସିଂ ଡମ୍ ସମାଜ ର ଜନ ସାଧାରଣ ଯୋଗ ଦେଇ ଏକ ବିରାଟ ପଟୁଆର ରେ ପଦ୍ମଗିରି ରେ ନିଜ ଡମ୍ ଜାତିର ପାରମ୍ପରିକ ପୋଷାକ…
ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ତଥା ଲାଞ୍ଜି ପଞ୍ଚାୟତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣାକୁ ଆଜି ଛଅ ଦିନ ବିତିଯାଇଥିବା ବେଳେ ଆଜି ତାହା ହତ୍ୟାର ରୂପ ନେଇଛି l ବୃଦ୍ଧ ରଘୁ ପାତ୍ରଙ୍କୁ ହତ୍ୟା କରି ରେଳ ଧାରଣାରେ ପକାଇଦିଆ ଯାଇଥିଲା I ସୂଚନା ଅନୁସାରେ ଗତ ୩୦ତାରିଖ ଦିନ ରଘୁ ପାତ୍ର ବଣ୍ଡେଲ ଗାଁକୁ ମଦ ପିଇବା କୁ ଆସିଥିବା ବେଳେ ଆଉ ଘରକୁ ଫେରି ନ ଥିଲେ l ପରିବାର ଲୋକେ ଖୋଜା ଖୋଜି ପରେ ମଧ୍ୟ୍ୟ ନ ପାଇବାରୁ ବିଶ୍ୱନାଥ ପୁର ଥାନାର ଦ୍ୱାରସ୍ତ ହୋଇଥିଲେ l ଏପରିକି ତାଙ୍କ ବାପାଙ୍କ ହତ୍ୟା ପରେ ଶବକୁ ଗାୟବ କରିଦିଆ ଯାଇଛି ବୋଲି ଅଭିଯୋଗ କରିବା ସହିତ ଏଥିପାଇଁ ଅଞ୍ଚଳର ଚାରିଜଣ ବ୍ୟକ୍ତିଙ୍କୁ ସେ ସନ୍ଦେହ କରୁଥିବା ନେଇ ପୁଲିସକୁ ଜଣାଇଥିଲେ I ତେବେ ମାସକ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…








