BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ :: ରାୟଗଡ଼ ସଦର ବ୍ଲକରେ ଓଡ଼ିଆ ନବବର୍ଷ ମଙ୍ଗଳବାର ଦିନ ଧୁମଧାମରେ ପାଳିତ ହୋଇଛି | ଏଥିରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡର ନବ ନିଯୁକ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିତ୍ଯାନନ୍ଦ ଗଣ୍ଡ ଯୋଗଦେଇଥିଲେ | ବିଶାଳ ଶୋଭାଯାତ୍ରାରେ ପହଞ୍ଚିବାପରେ ମାନ୍ୟବର ମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହ ବିଡିଓ ସୁଜିତ କୁମାର ମିଶ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ନବବର୍ଷ ଉପଲକ୍ଷେ ବ୍ଳକ ପରିସର ଆକର୍ଷଣୀୟ ଚିତା, ଝୋଟି, ରଙ୍ଗିନ ଆଲୋକମାଳାରେ ସଜ୍ଜିତ ହୋଇଥିଲା ଓଡ଼ିଆ ପକ୍ଷରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିଜେତାଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯାଇଥିଲା | ସ୍ଥାନୀୟ ଲୋକକଳାକୁ ଉଜ୍ଜିବିତ ରଖିବାରେ ଅତୁଳନୀୟ ଅବଦାନ ନିମନ୍ତେ ଗେଟିପଡା ସ୍ଥିତ ମା ସନ୍ତୋଷୀ କଳା ପ୍ରତିଷ୍ଠାନ ଓ ଜପାଖାଲସ୍ଥିତ ମା ମଙ୍ଗଳା କଳା ପ୍ରତିଷ୍ଠାନ, ରାୟଗଡ଼ ବ୍ଳକ କଳା ଓ ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ…
Author: Charcha News
BY-SUBHASMITA-DT-14.4.2026 ଭୁବନେଶ୍ଵର ::DT-14.4.2026 :: ଓଡ଼ିଆ ନବବର୍ଷ, ଯାହାକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ, କେବଳ ଏକ ପଞ୍ଜିକାର ପରିବର୍ତ୍ତନ ନୁହେଁ ଏହା ଓଡ଼ିଆ ଜାତିର ଅସ୍ମିତା, ସଂସ୍କୃତି ଓ ଆତ୍ମାର ଏକ ଜୀବନ୍ତ ପ୍ରତୀକ। ପ୍ରତିବର୍ଷ ଏପ୍ରିଲ 14ରେ ପାଳିତ ଏହି ପବିତ୍ର ଦିନ ଆମକୁ ନୂଆ ଆରମ୍ଭର ପ୍ରେରଣା ଦେଇଥାଏ, ଆମ ମୂଳକୁ ସ୍ମରଣ କରାଏ ଓ ଭବିଷ୍ୟତ ପାଇଁ ଆଶାର ଦ୍ୱାର ଖୋଲିଦେଏ। ପଣା ସଂକ୍ରାନ୍ତିର ମୂଳ ଆକର୍ଷଣ ହେଉଛି “ପଣା”ଏକ ସରଳ କିନ୍ତୁ ପୂର୍ଣ୍ଣ ସାରଗର୍ଭିତ ପାନୀୟ। ବେଲ ଫଳ, ଗୁଡ଼, ଦହି, ଛେନା ଓ ବିଭିନ୍ନ ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ଏହି ପଣା କେବଳ ଶରୀରକୁ ଶିତଳ କରେ ନୁହେଁ, ଏହା ଆମ ସଂସ୍କୃତିର ସରଳତା ଓ ପ୍ରକୃତି ସହ ଜଡିତ ଜୀବନଶୈଳୀକୁ ମଧ୍ୟ ପ୍ରତିବିମ୍ବିତ କରେ। ଗ୍ରାମ ହେଉ କି ସହର ପ୍ରତ୍ୟେକ ଘରରେ ପଣା ପ୍ରସ୍ତୁତ ହୋଇ ପରସ୍ପରଙ୍କୁ ବଣ୍ଟନ କରାଯାଏ,…
କଟକ : କଟକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ଘଟଣାରେ ଜଡିତ ଥିବା ଜଣେ ଅଭିଯୁକ୍ତଙ୍କୁ ଆରପିଏଫ ପକ୍ଷରୁ ଗିରଫ କରାଯାଇଥିବା ସହ ତାଙ୍କ ପାଖରୁ ପ୍ରାୟ ୪୦ ହଜାର ଟଙ୍କା ମୂଲ୍ୟର ୪ଟି ଚୋରା ମୋବାଇଲ ଫୋନ ଜବତ କରାଯାଇଛି। ମିଳିଥିବା ସୂଚନାନୁସାରେ, ୧୩ ଏପ୍ରିଲ ୨୦୨୬ ତାରିଖ ପ୍ରାୟ ସକାଳ ୧୧ଟା ୪୫ ମିନିଟ ସମୟରେ କଟକ ଆରପିଏଫ ପୋଷ୍ଟର ଅଧିକାରୀ ଓ କର୍ମଚାରୀମାନେ କଟକ ରେଳ ଷ୍ଟେସନରେ ବିଶେଷ ଯାଞ୍ଚ ଅଭିଯାନ ଚାଲାଉଥିବା ବେଳେ ପ୍ଲାଟଫର୍ମ ନମ୍ବର–୪ ରେ ଚାଲୁଥିବା ପାଟନା–ପୁରୀ ସ୍ପେଶାଲ ଏକ୍ସପ୍ରେସ (ଟ୍ରେନ ନଂ–୦୮୪୪୦) ର ପଛ ପକ୍ଷ ଜେନେରାଲ କୋଚରୁ ଜଣେ ସନ୍ଦେହଜନକ ବ୍ୟକ୍ତି ତଳେ ନାମି ତ୍ୱରାନ୍ୱିତ ଭାବେ ଭଦ୍ରକ ଦିଗକୁ ଯାଉଥିବା ଦେଖାଯାଇଥିଲେ। ତାଙ୍କ ଚଳଚଳନ ଦେଖି ସନ୍ଦେହ ହେବାରୁ ଆରପିଏଫ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ପ୍ଲାଟଫର୍ମର ଭଦ୍ରକ ପ୍ରାନ୍ତରେ ଅଟକ କରିଥିଲେ। ପରେ ପଚରାଉଥିବା…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ:ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପ ଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ଅତିରିକ୍ତ ଆରକ୍ଷୀ ଆଧକ୍ଷ ଶ୍ରୀ ଗସେନ ବାର୍ଲା, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଵି ସରୋଜିନୀ ଦେବୀ, ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l ଆଜି ମୋଟ ୩୪ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୧୫ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୮ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଏହି ଶିବିରରେ ବିଭିନ୍ନ ସମସ୍ୟା ମାନ ଅଭିଯୋଗ…
କେମିତି କଟିବ ଆଜିର ଦିନ BY-SUBHASMITA-DT-14.4.2026 ଭୁବନେଶ୍ଵର : -DT-14.4.2026 : ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।ମିଥୁନ: ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ। କର୍କଟ: ନକାରାତ୍ମକ ବିଚାର…
BY-ଲଷ୍ମୀକାନ୍ତ ମହାପାତ୍ର ଖଲ୍ଲିକୋଟ: ଛତ୍ରପୁରଓଡ଼ିଆ ପକ୍ଷ ପାଳନ ର ଦ୍ୱାଦଶ ତମ୍ ଦିବସରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ସାହିତ୍ୟ ଚର୍ଚ୍ଚା, ବରପୁତ୍ରଙ୍କ ସ୍ମୃତିଚାରଣ ପୂର୍ବକ ତାଙ୍କରି ମହନୀୟ ଅବଦାନ ସମ୍ପର୍କରେ ଆଲୋଚନାଚକ୍ର, କଵିତା ଆସର ଆଦି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲାପରିଷଦ ଭଵନ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ସାରସ୍ଵତ ସମାଵେଶରେ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଅବିଭକ୍ତ ଗଞ୍ଜାମ ର ବରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବରେଣ୍ୟ ଅତିଥି,ଆଲୋଚକ,ଗବେଷକ, ବିଦ୍ୱାନ୍ ବ୍ୟକ୍ତି ବିଶେଷ୍ୟଗଣ ଯୋଗଦେଇ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଙ୍କ ଓଡ଼ିଆ ସାହିତ୍ୟ ଜଗତକୁ ଦେଇଥିବା ମହତ୍ତ୍ୱପୂର୍ଣ୍ଣ ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ…
BY_ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡା : ରାୟଗଡା ସନ ସାଇନ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ “ସନ ସାଇନ ସ୍ପାର୍କ-2” ଭବ୍ୟ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲପାଳ ଶ୍ରୀ ନିହାର ରଞ୍ଜନ କହ୍ନର (ରାଜସ୍ୱ ବିଭାଗ) ଯୋଗଦେଇ ପିଲାମାନଙ୍କର ଶୃଙ୍ଖଳାକୁ ଭୁରିଭୁରି ପ୍ରଶଂସା କରିଥିଲେ। ସେ ତାଙ୍କର ଉଦବୋଧନରେ ପିଲାମାନଙ୍କୁ ସୂର୍ଯ୍ୟ ପରି ତେଜସ୍ୱୀ ହେବାକୁ ପ୍ରେରିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ଅର୍ଚନା ପଣ୍ଡା ଉପସ୍ଥିତ ହୋଇ ପିଲାମାନଙ୍କୁ “ଛୋଟ ଛୋଟ ବୈଜ୍ଞାନିକ” ବୋଲି ବର୍ଣ୍ଣନା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବିପିନ ବିହାରୀ ଜେନା ନିଜ ବକ୍ତବ୍ୟରେ କହିଥିଲେ ଯେ, “ଆମେ ପୃଥିବୀକୁ ଆସିଛୁ କିଛି କରି ଯିବା ପାଇଁ।” ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀ ସ୍ୱାଗତ ଶେଖର ଜେନା, ସମ୍ପାଦକ ଶ୍ରୀ ସାଗର…
ମନ୍ଦିର ନଗରୀ Bhubaneswar ଐତିହ୍ୟ ଓ ଆଧୁନିକତାର 78 ବର୍ଷର ଗାଥା ସମୟ ବଦଳିଗଲା କିନ୍ତୁ ଭୁବନେଶ୍ୱରର ଆତ୍ମା ଆଜିବି ସେୟା ଅଛି। BY-SUBHASMITA-DT-13.4.2026 ଭୁବନେଶ୍ୱର :: DT-13.4.2026 :ଭୁବନେଶ୍ୱର ନାମଟି ଶୁଣିଲେ ମନରେ ଆସେ ଶାନ୍ତି, ଭକ୍ତି ଓ ଐତିହ୍ୟର ଏକ ସୁନ୍ଦର ଚିତ୍ର। ଏହି ସହର କେବଳ ଓଡ଼ିଶାର ରାଜଧାନୀ ନୁହେଁ, ଏହା ଆମ ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପରିଚୟ। ହଁ ଆଜ୍ଞା ସ୍ୱାଧୀନତା ପରେ, ଯେତେବେଳେ ଓଡ଼ିଶାକୁ ଏକ ଯୋଜିତ ରାଜଧାନୀ ସହରର ଆବଶ୍ୟକତା ହୋଇଥିଲା, 1948 ମସିହାରେ ଭୁବନେଶ୍ୱରକୁ ରାଜଧାନୀ ଭାବେ ଗଢ଼ିବା କାମ ଆରମ୍ଭ ହେଲା। ଏହି ନଗରୀର ପରିକଳ୍ପନା କରିଥିଲେ ଜର୍ମାନ ନିର୍ମାଣ ବିଶେଷଜ୍ଞ Otto Königsberger।( ଅଟୋ କୋନିଗ୍ସବର୍ଗର)ତାଙ୍କର ଯୋଜନାରେ ଏହି ସହରକୁ ଏକ ସୁନ୍ଦର ସୁସଂଘଟିତ, ସବୁଜ ଓ ଆଧୁନିକ ନଗରୀ ଭାବେ ଗଢ଼ାଯାଇଥିଲା। 13 ଏପ୍ରିଲ 1948 ରେ ଏହାର ଭିତ୍ତିପ୍ରସ୍ଥର ପକାଯାଇଥିଲା, ଯାହାକୁ ଆମେ ଆଜି…
BY-ରବିନ୍ଦ୍ର ନାଥ ମହାପାତ୍ର ଗୁଡ଼ାରୀ::ଭିଜିଲାନ୍ସ ଜାଲରେ ଗୁଡାରୀ ରେଇଞ୍ଜର୍ ।ରାୟଗଡ଼ା ଜିଲ୍ଲା ଗୁଡାରୀ ରେଞ୍ଜର ବନାଞ୍ଚଳ ଅଧିକାରୀ ସୁକୁମାର ଦୁଃଖୁ। ସୁକୁମାରୁ ନିଜ ଗାଡ଼ିରେ ଯିବା ସମୟରେ ନବରଙ୍ଗପୁର ଇନ୍ଦ୍ରାବତୀ ସେତୁ ନିକଟରେ ଓଡ଼ିଶା ଭିଜିଲାନ୍ସ ଚଡାଉ କରି ୨ଲକ୍ଷ ୩୩ହଜାର ଟଙ୍କା ଜବତ କରିଛି। ଗୁଡାରୀ ରୁ ନବରଙ୍ଗପୁରର ଯିବା ବେଳେ ସେନାପତି ଷ୍ଟ୍ରିଟ୍ ସ୍ଥିତ ତାଙ୍କ ବାସଭବନକୁ ଯାତ୍ରା କରୁଥିଲେ, ଏବଂ ତାଙ୍କ ନିକଟରୁ ୨.୩୩ ଲକ୍ଷ ଟଙ୍କା ସନ୍ଦେହଜନକ ବେଆଇନ୍ ଅର୍ଜିତ ନଗଦ ଜବତ କରାଯାଇଥିଲା। ସୁକୁମାର ଦୁଖୁ ତାଙ୍କଠାରୁ ଉଦ୍ଧାର ହୋଇଥିବା ନଗଦ ସମ୍ପର୍କରେ ସନ୍ତୋଷଜନକ ଭାବରେ ବର୍ଣ୍ଣନା କରିବାରେ ବିଫଳ ହେବାରୁ, ସମ୍ପୂର୍ଣ୍ଣ ନଗଦ ୨.୩୩ ଲକ୍ଷ ଟଙ୍କା ସହିତ ରେଜିଷ୍ଟ୍ରେସନ୍ ନଂ- OD18K-7041 ବୋଲେରୋ ଗାଡ଼ି ଜବତ କରାଯାଇଥିଲା। ତେବେ ୩ଟି ସ୍ଥାନରେ ଏକକାଳୀନ ତଲାସ ଆରମ୍ଭ କରାଯାଇଛି।ଗୁଡ଼ାରୀ ରେଞ୍ଜ ଅଫିସ ରେ ମଧ୍ୟ କାଗଜ ପତ୍ର ଜବତ କରି ଅଧିକ ଅନୁସନ୍ଧାନ…








