Reporter- rabindranath mohapatro
Place-Rayagada
Date-22-08-25
ବିଦ୍ଯୁତ୍ କାଟ୍ ଯୋଗୁଁ 3 ଘଣ୍ଟା ଧରି ମୋବାଇଲ ଲାଇଟ୍ ରେ ହେଲା ରୋଗି ଚିକିତ୍ସା। ଏଭଳି ଅଭାବନୀୟ ଘଟଣା ଆଜି ରାୟଗଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା। ଜେନେରେଟର୍ ଅଚଳ ହୋଇପଡିଥିବା ଯୋଗୁଁ ରୋଗି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଆଜି ରୋଗି ମାନଙ୍କୁ ମୋବାଇଲ ଲାଇଟ୍ ରେ ଚିକିତ୍ସା କରାଯାଇଥିଲା। ଦୀର୍ଘ 3ଘଣ୍ଟା କାଳ ଲିପ୍ଟ ଅଚଳ ହୋଇପଡିଥିଲା। ବିଶେଷ କରି ମୁଖ୍ଯ ଡାକ୍ତରଖାନାର ଓପିଡି,ସ୍ତ୍ରୀ ଓ ପ୍ରସୂତ୍ତି ବିଭାଗ,ଭେଷଜ ବିଭାଗ,ରକ୍ତ ନମୁନା ସଂଗ୍ରହ କେନ୍ଦ୍ରରେ ରୋଗିସେବା ସଂପୂର୍ଣ୍ଣ ବ୍ଯାହତ ହୋଇପଡିଥିଲା। ଫଳରେ ରୋଗି ସଂପର୍କିୟ ମାନେ ଘୋର ଅସନ୍ତୋଷ ବ୍ଯକ୍ତ କରିଥିଲେ। ଗତକାଲି ଠାରୁ TPSODL ପକ୍ଷରୁ ଆଜି ସକାଳ 9ଟାରୁ 1.30ପର୍ଯ୍ୟନ୍ତ ବିଦ୍ଯୁତ୍ କାଟ୍ ପାଇଁ ଘୋଷଣା କରାଯାଇଥିଲା। ହେଲେ ସ୍ବାସ୍ଥ୍ୟ ବିଭାଗ ର ଅପାରଗତା ଯୋଗୁଁ ଅଚଳ ହୋଇପଡିଥିବା ଜେନେରେଟର୍ କୁ କାର୍ଯ୍ଯକ୍ଷମ କରାଯାଇ ପାରିନଥିଲା। ଦୀର୍ଘ 3ଘଣ୍ଟା ପରେ ଜେନେରେଟର୍ ଠିକ୍ ହେବା ପରେ ମେଡିକାଲରେ ବିଦ୍ଯୁତ୍ ସଂଯୋଗ ହୋଇଥିଲା। ତେବେ ମେଡିକାଲ କର୍ତ୍ତୃପକ୍ଷଙ୍କ ଏପରି ଦାୟିତ୍ବହୀନତା କୁ ସାଧାରଣରେ ବିରୋଧ କରାଯାଇଛି।











