ଦିନକୁ ଦିନ ଗ୍ରୀଷ୍ମ ପ୍ରବାହର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ…ରାଜ୍ୟର ପ୍ରମୁଖ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଅଂଶୁଘାତ କେତେ ପ୍ରସ୍ତୁତ ସେହି ବିଷୟକୁ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ସୁଶାନ୍ତ କୁମାର ନାୟକ ପ୍ରତିକ୍ରିୟା ରଖିଛନ୍ତି…. ଆମେ ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛୁ, ଖରା ତାତି ବଢ଼ିଲାନି ସେନେଇ ଆମେ ଡାକ୍ତର ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମର ସ୍ୱତନ୍ତ୍ର ହିଟ୍ ସଂଷ୍ଟ୍ରକ୍ ୱାର୍ଡ଼ ପ୍ରସ୍ତୁତ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୦ ଶଯ୍ୟା ବେଡ ବ୍ୟବହୃତ ରହିଛି । ଯଦି ଆଗକୁ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼େ ତେବେ ଆଉ ଅଂଶୁଘାତ ଚିକିତ୍ସା ୱାର୍ଡ଼ କରାଯିବା ସହିତ ରୋଗୀ ଶଯ୍ୟା ବେଡ ସଂଖ୍ୟା ବଢ଼ାଇଦିଆଯିବ। ଡାକ୍ତରଖାନା ପକ୍ଷରୁ ନିଶୁଳ୍କ ଅଂଶୁଘାତ ଜନିତ ors ଲିକ୍ୱିଡ ସହିତ ସାଲାଇନ୍ ଏଵଂ ଔଷଧ ସେବା ଯୋଗାଇଦିଆଯିବ । ମେଡିକାଲ ପରିସରରେ ମାଗଣା ors ଲିକ୍ୱିଡ ବିରଣ କରାଯିବ । ଅନ୍ୟପଟେ ଅଂଶୁଘାତଜନିତ ରୋଗରୁ ନିଜକୁ ବଞ୍ଚିତ ରଖିବା ପାଇଁ ପ୍ରଚୁର ପରିମାଣର ପାନୀୟଜଳ, ଜଳ ପରିମାଣ ଅଧିକ ରହୁଥିବା ଫଳ ବ୍ୟବାହର କରିବା ଆବଶ୍ୟକ। ସେହିପରି ଘଟଣା ସ୍ଥଳରେ ଅଂଶୁଘାତ ଜନିତ ରୋଗୀଙ୍କୁ ଆଶୁ ଚିକିତ୍ସା ପାଇଁ ଛାଇ ସ୍ଥାନକୁ ନେବା ସହିତ ଥଣ୍ଡା ପାଣି ପିଇବାକୁ ଦେବା ଏବଂ ଶୀତଳ ଜଳରେ ମୁଁହରେ ମାରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇବା ଆବଶ୍ୟକତା ଏବଂ ପ୍ରାଥମିକତା ରହିଛି ।
ଅଂଶୁଘାତ ଚିକିତ୍ସା ପାଇଁ ପ୍ରସ୍ତୁତ ଅଛି କ୍ୟାପିଟାଲ ହସ୍ପିଟାଲ।।
By Charcha News











