ମାଲକାନଗିରି,୦୭/୦୮ (ରିପୋର୍ଟ, ମାନସ୍ ନେତାମ୍, ଚର୍ଚ୍ଚା ନ୍ୟୁଜ୍ )
ଅଘୋଷିତ ବିଦ୍ୟୁତ କାଟ ହେତୁ ଦୀର୍ଘ ଦିନ ହେବ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ବାରମ୍ବାର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନି ବିଦ୍ୟୁତ ବିଭାଗ। ତେଣୁ ଆଜି ବାଧ୍ୟହୋଇ ଗ୍ରାମବାସୀ ଏକତ୍ରିତ ହୋଇ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ। ତେବେ ଆଜି ଏପରି ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଟିପିଏସଓଡ଼ିଏଲ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ସଦର ପଞ୍ଚାୟତ ରେ ଗତ କିଛିଦିନ ଅଘୋଷିତ ଭାବେ ବିଦ୍ୟୁତ କାଟ ହେଉଛି। ପ୍ରତ୍ୟେକ ଦିନ ସକାଳ ୧୦ ଟା ରୁ ବିଦ୍ୟୁତ କାଟ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେଉଛି। ଯଦି ଏନେଇ ସ୍ଥାନୀୟ ଲୋକେ ବିଭାଗ କୁ ପଚାରନ୍ତି ତାହେଲେ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ। ତେଣୁ ଆଜି ଗ୍ରାମବାସୀ ଏକତ୍ରିତ ହୋଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଘେରିଥିବା କହିଛନ୍ତି। ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ପରେ କାର୍ଯ୍ୟଳୟର କିଛି କର୍ମଚାରୀ ବୁଝାସୁଝା ପରେ ସ୍ଥିତି ସୁଧୁରିଥିଲା। ପର ଏସଡ଼ିଓ ବିଶ୍ୱକେସନ ପ୍ରଧାନ ନିଜ ପ୍ରକୋଷ୍ଠ ରୁ ବାହାରି ଗ୍ରାମବାସୀ କୁ ଅଗାମୀ ଦିନରେ ଅଘୋଷିତ ଭାବେ ବିଦ୍ୟୁତ କାଟ ହେବ ନାହିଁ ଯଦି ବିଦ୍ୟୁତ କାଟ ହେବ ତାହେଲେ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୁଚନା ଦେଇ ବିଦ୍ୟୁତ କାଟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୂଚନା ଥାଉ କି କେବଳ ଏହି ଗୋଟିଏ ଗ୍ରାମ ନୁହେଁ ଏହାର ଆଖପାଖ ଅଞ୍ଚଳ ଯଥା: ଏମଭି-୫୧, ଏମଭି-୫୨, ଏମଭି-୩୩, ଏମଭି-୩୪, ପୋଟରେଲ, ପୁରୁଣା ଚିମଟାପାଲ୍ଲୀ, ଚିତାପାରୀ-୪, ବାଣ୍ଡିଗୁଡା, ସୁବର୍ଣ୍ଣପୁର ଏଭଳି ଅନେକ ଗ୍ରାମ ଗୁଡିକରେ ଏପରି ଅଘୋଷିତ ବିଦ୍ୟୁତ କାଟ ହେଉଥିବା ସୂଚନା ମିଳିଛି।












