ସାମଗ୍ରୀ ନମିଳିବା ଅଭିଯୋଗ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଶତାଧିକ ଗ୍ରାମବାସୀ ମହିଳା ଏବଂ ଅଭିଭାବକ
ରାଜୀବ କୁମାର ବେହେରା
ଉଦଳା : କପ୍ତିପଦା ବ୍ଲକ ଉପାନ୍ତ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଙ୍ଗନବାଡ଼ିରେ ମିଳୁଛି ପଚା ଅଣ୍ଡା, ଅନୁପଯୋଗୀ ଛତୁଆ ଓ ମୂଷା କାଟିଥିବା ପୋଷାକ ବଣ୍ଟନ ଅଭିଯୋଗ ସାମ୍ନାକୁ ଆସିଛି , ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ସାନଜୁଣପାଳ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି, ଆସିଲା ସଙ୍ଗୀନ ଅଭିଯୋଗ । ଅଭିଯୋଗ କୁ ନେଇ ଦାଇତ୍ୱରେ ଥିବା ଅଙ୍ଗନବାଡି କର୍ମୀଙ୍କ ମନମୁଖୀ ଶାସନ,ଶିଶୁ, ମହିଳା ଓ କିଶୋରୀଙ୍କ ପାଇଁ ଯୋଗାଣ ହେଉଥିବା ଖାଦ୍ୟ ସାମଗ୍ରୀ ମାନ ଓ ପୋଷାକର ମାନକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୬ ମାସ ଧରି ଅଙ୍ଗନବାଡ଼ି ସାମଗ୍ରୀ ମିଳିନଥିଲା। ତେବେ ଗତକାଲି ଘରକୁ ଘର ଯାଇ ,ରାସ୍ତାରେ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ପଚା ଅଣ୍ଡା, ଅନୁପଯୋଗୀ ଛତୁଆ ଏବଂ ମୂଷା କାଟିଥିବା ସାର୍ଟ ଦିଆଯାଉଥିବା ଅଭିଯୋଗ ହୋଇଛି, ଏପରିକି ଡ୍ରେସ ଜୋତା ଶିଶୁ ମାନଙ୍କୁ ଦିଆ ନଯାଇ ଫିଙ୍ଗି ଦେଇଥିବା ମଧ୍ୟ୍ୟ ଅଭିଯୋଗ ଆସିଛି । ସାମଗ୍ରୀର ଅବସ୍ଥା ଦେଖି ଅନେକ ଗ୍ରାମବାସୀ ତାହା ଗ୍ରହଣ କରିବାକୁ ମନା କରିଥିବା ଜଣାପଡ଼ିଛି।
ଏନେଇ ପୂର୍ବରୁ ସିଡିପିଓ ଓ ସୁପରଭାଇଜରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ କହିଛନ୍ତି।
ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ଶତାଧିକ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ସହ ନୂତନ ଅଙ୍ଗନବାଡ଼ି ୱାର୍କର ନିଯୁକ୍ତି ପାଇଁ ମଧ୍ୟ ଦାବି ରଖିଛନ୍ତି ଗ୍ରାମବାସୀ।
ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଶିଶୁ ଓ ମହିଳାଙ୍କ ପୋଷଣ ପାଇଁ ଯୋଗାଣ ହେଉଥିବା ସାମଗ୍ରୀକୁ ନେଇ ଏଭଳି ଅଭିଯୋଗ ଆସିବା ପରେ ପ୍ରଶାସନିକ ତଦନ୍ତ କରାଯାଇ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏବେ ଗ୍ରାମବାସୀଙ୍କ ଅଭିଯୋଗ ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି |
ଚର୍ଚ୍ଚା tv












