ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ତରଫ ରୁ ଗୁଣପୁର ଅଞ୍ଚଳରେ ବ୍ୟାପକ ଭାବେ ଚଡାଉ କରାଯାଇ ମହୁଲି ପୋଚ ନଷ୍ଟ କରିବା ସହ ଦେଶୀ ରନ୍ଧା ମଦ ଜବତ କରାଯାଉଛି।ଦୁଇ ଜଣ କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗୁଣପୁର ଅଞ୍ଚଳର ବସନ୍ତ ନଗର,ସୁନାର ପଲ୍ଲୀ କେନ୍ଦୁ ଗୁଡ଼ା ଅନ୍ତର ଝୋଲି ପୃଥକ ପୃଥକ୍ ଭାବରେ ଛଡାଉ କରାଯାଇ ୩ହଜାର ଲିଟର ମହୁଲି ପୋଚ ନଷ୍ଟ କରାଯାଇଥିବା ବେଳେ ୧ହଜାର ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି।୨ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତ ରେ ମାମଲା ରୁଜୁ ହୋଇଛି।ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଥିଲେ ଅବକାରୀ ଇନ୍ସପେକ୍ଟର।ଏହି ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଗୁଣପୁର ଡେପୁଟି କଲେକଟର ଉପସ୍ଥିତି ରହିଥିବା ବେଳେ ଗୁଣପୁର,ଗୁଡ଼ାରୀ ଓ ବିଷମ କଟକ ଅବକାରୀ ବିଭାଗ ସହ ଗୁଣପୁର ପୋଲିସ ଉପସ୍ଥିତି ରହିଥିଲେ।ଆଗାମୀ ଦିନରେ ଏଭଳି ବେଆଇନ ରନ୍ଧା ମଦ ତିଆରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ବିଭାଗ ତରଫରୁ ପ୍ରତି ଗାଁ ଗାଁ ରେ ସଚେତନାତା କରିଥିଲେ ।
ଚର୍ଚ୍ଚା news











