ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଭ୍ୟାସ ଟେକ୍ନ ସ୍କୁଲ୍ କୁ ମିଳିଛି ବଡ ସଫଳତା। ଚଳିତ ଶିକ୍ଷା ବର୍ଷ ର ସ୍କୁଲ୍ ର ୩ଜଣ ନବୋଦୟ,୭ଜଣ ଓଡ଼ିଆ ଆଦର୍ଶ ବିଦ୍ୟାଳୟ ଓ ଜଣେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମୋଟ ୧୧ଜଣ ଛାତ୍ର ଛାତ୍ରୀ ମାନେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଯାଉଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ ସ୍କୁଲ୍ କତୃପକ୍ଷ। ପ୍ରଥମେ ଅଭିଭାବକ ଓ ପିଲା ମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରନିସପାଲ ଦିବ୍ୟ ଦେବାଶିଷ ଦୁବେ ଙ୍କ ଆୟୋଜିତ କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍କୁଲ୍ ସମ୍ପାଦକ ଏଲ ତୁକାରାମ ଯୋଗ ଦେଇଥିଲେ।ସେହିପରି ବରିଷ୍ଠ ଶିକ୍ଷତ୍ରି ଗାୟତ୍ରୀ ପଣ୍ଡା ଯୋଗ ଦେଇ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଲେ।ଆଗକୁ ସେମାନେ ଭଲ ପାଠ ପଡନ୍ତୁ ବଡ ଲୋକ ହୁଅନ୍ତୁ ବୋଲି ଅଭ୍ୟାସ ସ୍କୁଲ୍ ର ପ୍ରିନ୍ସିପାଲ ଦିବ୍ୟ ଦେବାଶିଷ ଦୁବେ ସୂଚନା ଦେଇଥିଲେ।ଏହି ସମୟରେ ସ୍କୁଲର ର ସଂପାଦକ ଏଲ ତୁକାରାମ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବା ସହ ଅଭିଭାବକ ମାନେ ଯୋଗ ଦେଇଥିଲେ।
ଅଭ୍ୟାସ ସ୍କୁଲ୍ କୁ ସଫଳତା,କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କଲେ ସ୍କୁଲ୍ କତୃପକ୍ଷ
By Charcha News












