ଆଏଜ୍ ଅଗଷ୍ଟ୍ ୧ ସମଲ୍ପୁରୀ ଦିନ୍ ତଥା ମାଏନ୍ତା ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର୍ ଆଜ୍ଞା ଙ୍କର ଜନମ୍ ଦିନ୍ ପଶ୍ଚିମ ଓଡିଶାର ଆଜି ଅଗଷ୍ଟ ୧ ସମ୍ବଲପୁରୀ ଦିନ୍ ଓ ଘୁମୁରା ଦିବସ ।
“ମାଏନ୍ ବେଭାର୍ ଚାଲି ଚଳନ୍ ସବୁ ହେସି ବାରି
ଖାନ୍ ପାନ୍ ପିନ୍ଧନ୍ ଉଢ଼ନ ସବୁ ସମଲ୍ପୁରୀ
କୋଶଲ୍ ବାସି ବାଆରି ହେସି ଯାହିଁ ଯେନୁ ଥିଲେ
ସଭେ ଯୋଟ୍ ଗୁଟେ ଥର୍କେଁ ମା ସମ୍ଲେଇ କୁଲେଁ❤️”
*ସାରା ପଶ୍ଚିମ୍ ଓଡ଼ିଶା କେ ଯେନ୍ ଜିନିଷ୍ ଗୁଟେ ବନ୍ଧନ୍ ଥିଁ ବାନ୍ଧି ରଖିଛେ ସେଟା ହଉଛେ ଆମର ସମଲ୍ପୁରୀ l ଖାନ୍ ପାନ୍, ପିନ୍ଧନ୍ ଉଢ଼ନ୍, ମାଏନ୍ ବେଭାର,ଲେନ୍ ଦେନ୍, ରୀତି ନୀତି, କଥା ବାର୍ତ୍ତା, ଚାଲି ଚଳନ୍, ବଜା ଗଜା ସବୁ ସମଲ୍ପୁରୀ* l

*ଗରବ୍ ଲାଗ୍ସି ଯେତେ ବେଲେ ଆମର୍ ସମଲ୍ପୁରିଆ ପଦ୍ମଶ୍ରୀ ପାଏସନ୍ l ଦେଶେଁ ବିଦେଶେ ଆମର୍ ସମଲ୍ପୁରୀ ପିନ୍ଧନ୍ କେ ମାନ୍ୟତା ଦିଆ ଯାଏସି l ଆଏଜ୍ ଅଗଷ୍ଟ୍ ୧ ସମଲ୍ପୁରୀ ଦିନ୍ ତଥା ମାଏନ୍ତା ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର୍ ଆଜ୍ଞା ଙ୍କର ଜନମ୍ ଦିନ୍ ଉଧେଁ ସମ୍କୁ ଗୁର୍ଦୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ।
କଳାହାଣ୍ଡି ଜିଲ୍ଲାରୁ ରଜତ ପଟ୍ଟନାୟକ ଙ୍କ ରିପୋର୍ଟ।












