ରବିନ୍ଦ୍ର ନାଥ ମହାପାତ୍ର
ପ୍ଲେସ ରାୟଗଡ଼ା
ରାୟଗଡ଼ା ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖା ତରଫରୁ ସ୍ଥାନୀୟ ଲାୟନ୍ସ କ୍ଳବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଉତ୍କଳ ସମ୍ମିଳନୀ ଶାଖା ର ସଭାପତି ବ୍ରଜ ସୁନ୍ଦର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରୁ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉପାନ୍ତ ଅଞ୍ଚଳରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ର ଅନଧିକାର ପ୍ରବେଶ ସହିତ ଓଡ଼ିଶା ର ଖଣି ,ପାଣି ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି । ଅପର ପକ୍ଷ ରେ ଓଡ଼ିଆ ଭାଷା ,ସଂସ୍କୃତି ଧୀରେ ଧୀରେ ଅସ୍ମିତା ହରାଉଛି। ଏସବୁ ସମସ୍ୟା ର ସମାଧାନ କରିବା ପାଇଁ ଉତ୍କଳ ସମ୍ମିଳନୀ କାର୍ଯ୍ୟ କରିବ । ରାଜ୍ୟ ସରକାର ଙ୍କ ନିକଟରେ ସମସ୍ତ ସମସ୍ୟା ର ସମାଧାନ ନେଇ ଦାବୀ ଉପସ୍ଥାପନ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ସଭାରେ ଅନ୍ୟ ମାନଙ୍କ ଭିତରେ ବିଜେପି ପୂର୍ବତନ ସଭାପତି ଶିବ ପଟ୍ଟନାୟକ, କବି ସୁଶାନ୍ତ ନାୟକ, ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ସାହୁ, ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା , ବିନାୟକ କର ପ୍ରମୁଖ ଉପସ୍ଥିତ ଥିଲା। ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଉତ୍କଳ ସମ୍ମିଳନୀ ପ୍ରହରୀ ବିନାୟକ ମହାପାତ୍ର ଯୋଗଦେଇଥିଲେ।
ଉତ୍କଳ ସମ୍ମିଳନୀ
By Charcha News











