ସାମ୍ବାଦିକ ମନସ୍ ନେତାମ୍
ମାଲକାନଗିରି : ମାଲକାନଗିରି ଜ଼ିଲ୍ଲା ଅନ୍ତର୍ଗତ ଏମପିଭି ୬୪ ଗ୍ରାମ ର ଯୁବକଙ୍କ ହତ୍ୟା ଘଟଣାର ତଦନ୍ତ ଠିକ ରୂପେ ହେଉ ନଥିବାରୁ ଏସପିଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ କଲେ ଗ୍ରାମବାସୀ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମପିଭି ୬୪ ଗ୍ରାମରେ ଗତ ଏକ ତାରିଖ ଦିନ ବାପି ମଣ୍ଡଳ ନାମକ ଜଣେ ଶ୍ରମିକଙ୍କୁ ଅନନ୍ତ ହାଲଦାର ନାମକ ଠିକାଦାର ବାକି ପଇସା ଥିବା କହି ଘରୁ ଉଠାଇ ଆଣିଥିଲେ ଓ ତାର ଠିକ ଗୋଟେ ଦିନ ପରେ ପରିବାର ଲୋକ ଜାଣିବାକୁ ପାଇଲେ ଯେ ଠିକାଦାର ନେଇ ଥିବା ଶ୍ରମିକର ମୃତ୍ୟୁ ଘଟିଛି। ତେବେ ଶ୍ରମିକର ପରିବାର ପକ୍ଷରୁ ଏ ନେଇ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଇତି ମଧ୍ୟରେ ୧୦ ଦିନ ବିତି ଯାଇଥିଲେ ମଧ୍ୟ ମୋଟୁ ଥାନା ଅଧିକାରୀ ସଂପୃକ୍ତ ଠିକାଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ତେଣୁ ଆଜି ମୃତ ଶ୍ରମିକଙ୍କ ପରିବାର ଲୋକେ ଓ ଅନେକ ଗ୍ରାମବାସୀ ମାଲକାନଗିରି ଏସପିଙ୍କୁ ଭେଟି ମୃତ ଶ୍ରମିକଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ କରିବା ଲାଗି ଦାବି କରିଛନ୍ତି। ଏହା ସହ ଘଟଣାର ତଦନ୍ତ ଜଣେ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଦ୍ଵାରା କରାଇବା ଓ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରାଯାଇଛି











