ଓଡ଼ିଶା ଭିଜିଲାନ୍ସର ଫରେଷ୍ଟ ୱିଙ୍ଗ ପକ୍ଷରୁ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋଫା ଗ୍ରାମରେ ଚାଲୁଥିବା ଏକ ଅବୈଧ ଫର୍ଣିଚର ୟୁନିଟ୍ ଉପରେ ଆଜି ଚଢ଼ାଉ କରାଯାଇ ବଡ଼ ଧରଣର କାଠ ମଜୁତ ଠାବ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ୦୭ ମଇ ୨୦୨୬ ତାରିଖରେ ଭିଜିଲାନ୍ସର ଫରେଷ୍ଟ ୱିଙ୍ଗ ଦ୍ୱାରା ଏହି ସଂଯୁକ୍ତ ଚଢ଼ାଉ କରାଯାଇଥିବା ବେଳେ ବିନା ବୈଧ ଲାଇସେନ୍ସରେ ଫର୍ଣିଚର ତିଆରି କାରଖାନା ଚାଲୁଥିବା ସ୍ପଷ୍ଟ ହୋଇଥିଲା। ଚଢ଼ାଉ ସମୟରେ ଫର୍ଣିଚର ୟୁନିଟ୍ ଭିତରୁ ୧୯.୦୮ କ୍ୟୁବିକ୍ ଫୁଟ୍ ମୂଲ୍ୟବାନ କାଠ ଜବତ କରାଯାଇଥିବା ବେଳେ ସୋଫା ଗ୍ରାମ ନିକଟସ୍ଥ ଅଞ୍ଚଳରୁ ଅବୈଧ ଭାବେ ଗଚ୍ଛିତ ୧୧୫.୮୧୪ କ୍ୟୁବିକ୍ ଫୁଟ୍ କାଠ ମଧ୍ୟ ଠାବ କରାଯାଇଥିଲା। ସମୁଦାୟ ୧୩୪.୮୯୪ କ୍ୟୁବିକ୍ ଫୁଟ୍ ମୂଲ୍ୟବାନ କାଠ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ୮୧ ହଜାର ୬୬୯ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଅବୈଧ କାଠ କାରବାରକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ଏବଂ ଏହି ଚକ୍ର ସହ ଜଡିତ ଅନ୍ୟ ଲୋକମାନଙ୍କ ସନ୍ଧାନ ଚାଲିଥିବା କୁହାଯାଇଛି ।
ଚର୍ଚ୍ଚା news











