କୋଲକାତା/ ରାଜୀବ କୁମାର ଦାସ:ରାଜ୍ୟ ପଶ୍ଚିମବଙ୍ଗର କୋଲକାତା ମହାନଗରୀଋ ଆଇସିସିଆର୍ ସତ୍ୟଜିତ ରାୟ ଅଡିଟୋରିୟମରେ ଭାରତ ସରକାରଙ୍କ ସ୍ବୀକୃତୀପ୍ରାପ୍ତ କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ହୋଇଗଲା ଜାତୀୟ ସୁପରକ୍ଲାସ୍ ମେଗା ପୁରସ୍କାର ସମାରୋହ ‘ଚିତ୍ରଲେଖା’ ଦୁଇଦିନ ବ୍ୟାପୀ ଅନୁଷ୍ଠାନ ଶନିବାର ସଂଧ୍ୟ ୫ ଘଟିକାରେ ଆରମ୍ଭ ହୋଇଥିଲା ଅନୁଷ୍ଠାନର ସଭାପତି ଡକ୍ଟର ଉପେନ୍ଦ୍ର ଶର୍ମା, ଡକ୍ଟରଅ ଅର୍ପିତା ଚାଟାର୍ଜୀ, ଡକ୍ଟର ଶିଲା ଚାଟାର୍ଜୀ, ରାଜେନ୍ଦ୍ର ପତି, ଡକ୍ଟର ଚୈତନ୍ୟ ପାଇକ, ନାଟ୍ୟ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା ବିଭିନ୍ନ ବର୍ଗର କୃତୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏମାନଙ୍କ ମଧ୍ୟରେ ଶତୃଘ୍ନ ତରାଇ, ହିଂମାଂଶୁ ଶେଖର ମହାଳିକ, ପ୍ରଶାନ୍ତ କୁମାର ରାଉତ, ରାଜେନ୍ଦ୍ର ରାଉତ, ପୂଜାରାଣୀ ରାଉତ, ସାଇପ୍ରଭ ଜେନା, କଣ୍ଠଶିଳ୍ପୀ ଡେଜି ସ୍ବାଇଁ ଉପସ୍ଥିତ ରହି ସମ୍ବର୍ଦ୍ଧିତ ହୋଇଥିଲେ ଏହା ସହିତ ପଶ୍ଚିମବଙ୍ଗର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନୃତ୍ୟଶିଳ୍ପୀମାନଙ୍କୁ ରବିବାଋ ସମ୍ବର୍ଦ୍ଧିତ କରାଗଲା
କୋଲକାତାର ଆଇସିସିଆର୍ ସତ୍ୟଜିତ ରାୟ ଅଡିଟୋରିୟମରେ କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ହୋଇଗଲା ଜାତୀୟ ସୁପରକ୍ଲାସ୍ ମେଗା ପୁରସ୍କାର ସମାରୋହ ‘ଚିତ୍ରଲେଖା’
By Charcha News












