ତାରିଖ-୧୭-୦୧-୨୦୨୬
ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର _ ଗୁଣପୁର ବ୍ଲକ ସୀମାନ୍ତ ଲବା କ୍ଷେତ୍ରପୁର ଗ୍ରାମରେ ଅଗ୍ନି କାଣ୍ଡ ଘଟି ଦୁଇ ଟି ଆଦିବାସୀ ପରିବାରଙ୍କ ୩ବଖରା ଘର ପୋଡ଼ି ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି।ଦିନ ୧୧ଟା ବେଳେ ନିଆଁ କେମିତି ଲାଗିଲା ତାହା ଅଶ୍ୱଷ୍ଟ ରହିଛି।ଖବର ପାଇ ଘଟଣା ସ୍ଥଳରେ ପଦ୍ମପୁର ଅଗ୍ନିଶମ ବିଭାଗ ର ଟିମ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।ଦୁଇ ଅଗ୍ନି ବିପନ୍ନ ହେଲେ ଶ୍ରୀରାମ ସାହୁ ଓ ଶ୍ରୀରାମ ଶବର ଙ୍କ ଘର ପୋଡ଼ି ନଷ୍ଟ ହୋଇଛି । ଘରେ ଥିବା ସମସ୍ତ ଲୁଗା ପଟା ଆସବାବ ପତ୍ର ସହ ଚାଉଳ,ଡାଲି ସବୁ ପୋଡ଼ି ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି।ଅତି ଶୀଘ୍ର ପ୍ରଶାସନ ପକ୍ଷ ରୁ ସେମାନଙ୍କୁ ଥଇଥାନ କରିବାକୁ ସାଧାରଣ ରେ ଦାବି ହୋଉଛି












