ଉମରକୋଟ/ଶ୍ରୀକାନ୍ତ ନନ୍ଦ:- ଠିକସେ ଦୁନିଆ ଦେଖିବା ପୂର୍ବରୁ ମାନବିକତାର ଘୃଣ୍ୟ କାର୍ଯ୍ୟର ଶିକାର ହେଲାକି ନବଜାତ ଶିଶୁ l କାମବାସନା ରେ ଲୋକେ ଭୁଲି ଗଲେ କି ମାନବିକତା l ପ୍ରେମ କରି ଶାରୀରିକ ସମ୍ପର୍କ ରଖି ନବଜାତ ଶିଶୁ କୁ ଜନ୍ମ ଦେଇ ଫୋପାଡ଼ି ଦିଆଯାଇଛି ନା ଛୁଆ ଜନ୍ମ କରି ଲାଳନ ପାଳନ କରିନପାରି କିଏ ହତ୍ୟା କରି ଖଜୁରୀ ବୁଦା ମୂଳେ ଫୋପାଡ଼ି ଦେଇଛି ନବଜାତ ଶିଶୁକୁ, ନଅ ମାସ ଗର୍ଭ ରେ ରଖି ବହୁ ଯନ୍ତ୍ରଣା ସହି ଶିଶୁଟିକୁ ଜନ୍ମ ଦେଇ କିଭଳି ଭାବେ ଶିଶୁଟିକୁ ଫୋପାଡ଼ି ଦେଇଛି ମାଁ l ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଜାମରୁଣ୍ଡା ପଂଚାୟତ ଅଧୀନରେ ଥିବା କୈଳାରୀବେଡା ରେ ଥିବା ଏକ ପୋଖରୀ ରେ l ସୂଚନା ପ୍ରକାରେ ଆଜି ସକାଳେ କିଛି ଗାଈ ଚରାଳି ଗାଈ ଚରେଇବାକୁ ଯାଇଥିବାବେଳେ ନିକଟସ୍ଥ ପୋଖରୀରେ ଥିବା ଏକ ଖଜୁରୀ ଗଛ ମୂଳେ ଏକ ନବଜାତ ଶିଶୁ ପଡିରହିଥିବା ଦେଖିବାକୁ ପାଇଥିଲେ l ତୁରନ୍ତ ସେମାନେ ଗ୍ରାମବାସୀ, ସ୍ଥାନୀୟ ସମିତି ସଭ୍ୟ ଙ୍କୁ ଜଣେଇଥିଲେ l ଏହା ଶୁଣିବା ମାତ୍ରେ ସମିତି ସଭ୍ୟ ଶ୍ରୀ ରାମସିଂ ଭତ୍ରା ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ସରପଞ୍ଚ ଙ୍କୁ ଜଣେଇଥିଲେ ଏବଂ ସରପଞ୍ଚ ତୁରନ୍ତ ଥାନା କୁ ଫୋନ କରିଥିଲେ l ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାହିଁ l ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣା ର ପ୍ରକୃତ ରହସ୍ୟ ଲୋକ ଲଚନକୁ ଆସିବ ବୋଲି ସାଧାରଣ ଜନତା ମୋତ ପ୍ରକାଶ କରିଛନ୍ତି l
ଖଜୁରୀ ଗଛ ବୁଦା ମୂଳେ ପଡ଼ିରହିଛି ନିଷ୍ପାପ ନବଜାତ ଶିଶୁର ମୃତ ଦେହ
By Charcha News












