ଉଦଳା,
(ରାଜୀବ କୁମାର ବେହେରା)
ପଞ୍ଚାୟତ ସମିତି କାର୍ଯ୍ୟରେ ଅନିୟମିତତା l ଗ୍ରାମ କୁଆସିଥିବା କଂକ୍ରିଟ ରାସ୍ତା ନିର୍ମାଣ କାମରେ ଦୁର୍ନୀତି, ଅଭିଯୋଗ ଆଣିଲେ ଦୁବରାଜ ପୁର ଗ୍ରାମବାସୀ l
ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅଧୀନ କରକଚିଆ ଗ୍ରାମ ପଞ୍ଚାୟତର ଦୁବରାଜପୁର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୁର୍ଦ୍ଦଶା ଆଜି ମଧ୍ୟ ଅବିଚଳ ଅବସ୍ଥାରେ ରହିଛି। ଜରୁରୀ ସେବା — ଆମ୍ବୁଲାନ୍ସ ଓ ଅଗ୍ନିଶମ ଯାନ — ଗାଁ ଭିତରକୁ ପଶି ପାରୁନାହିଁ।
ଗ୍ରାମବାସୀମାନେ ଜଣାଇଛନ୍ତି ଯେ ରୋଗୀମାନଙ୍କୁ ଏବେପର୍ଯ୍ୟନ୍ତ ଖଟିଆରେ ବୁହି ହସ୍ପିଟାଲ୍ ପହଁଚାଇବାକୁ ପଡ଼ୁଛି। ରାସ୍ତାରେ ତୋଡ଼ ଓ କାଦର ଦୃଶ୍ୟ ଦିନକୁ ଦିନ ଭୟାବହ ହେଉଛି।
ସରକାରୀ ଯୋଜନା ରହିଥିଲେ ମଧ୍ୟ କାଗଜ ମାତ୍ରେ ରୁହିଗଲା, କାମ ହେଉନି। ବର୍ଷ ୨୦୨୨ ଓ ୨୦୨୩ ରେ କଂକ୍ରିଟ ରାସ୍ତା ପାଇଁ ୱାର୍କ ଅର୍ଡର ହୋଇଥିବା ଯେଉଁ ରାସ୍ତାକାମ ଆସିଥିଲା, ସେହି କାମକୁ ବେଆଇନ ଭାବରେ କାମ କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହୋଇଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର କଡା ତଦନ୍ତ ହେଉ ବୋଲି ମତାମତ ଦେଇଛନ୍ତି l
“କାମ ଆସିଲା ହେଲେ କାମ ହେଲା ନାହିଁ; କାମ ଗଲା କୁଆଡେ। ସତରେ କାମ ହୋଇଛି କି ନାଁ ଠକେଇ ହୋଇଛି — ଏହା ତଦନ୍ତ ହେଲେ ସତ୍ୟ ପ୍ରକାଶିତ ହେବ,”
ପ୍ରତିଦିନ ଏହି ଗ୍ରାମରେ ରାସ୍ତା ସମସ୍ୟା ନେଇ ଘଟଣା ଓ ଦୁର୍ଘଟଣା ସାଧାରଣ ଘଟଣା ହୋଇପଡିଛି। ବାରମ୍ବାର ଅଭିଯୋଗ ସତ୍ତେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ହୋଇ ରହିଛି। ପ୍ରତି ଶ୍ରୁତି ପାଣିର ଗାର ହୋଇଛି l ସରକାର ପରିବର୍ତ୍ତନ ହୋଇଛି ହେଲେ ଏହି ଗ୍ରାମ ରାସ୍ତା ଆଜିବି ସେମିତି ରହିଛି l
ସ୍ୱାଧୀନତାର ୭୯ ତମ ପରେ ମଧ୍ୟ ଏହି ଗ୍ରାମର ଲୋକମାନେ ଆଜିବି ଖାଲି ପାଦରେ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି। ଗ୍ରାମବାସୀଙ୍କ କଥାରେ —
“ଏହି ରାସ୍ତା ନୁହେଁ, ଏହା ସିଧା ଯମ ଘରକୁ ଯିବା ରାସ୍ତା।”
ଗ୍ରାମବାସୀମାନେ ସରକାରୀ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ଯେ, ଦୁବରାଜପୁର ଗ୍ରାମରେ ଶୀଘ୍ର କଂକ୍ରିଟ ରାସ୍ତା ନିର୍ମାଣ ହେଉ ଓ ଯେଉଁ ଅଧିକାରୀ ଗ୍ରାମକୁ ଆସିଥିବା ୨୦୨୨ /୨୩ ମସିହାରେ କଂକ୍ରିଟ ରାସ୍ତା କାମକୁ ବେଆଇନ ଭାବରେ ସ୍ଥାନାନ୍ତର କରିଛନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି। ଯୋଜନା ମlଳମାଳ ହେଲେ କାମ ଏଠି ଦୁର୍ବଳ l
ଗ୍ରାମର ଲୋକମାନଙ୍କ ଅସନ୍ତୋଷ l କେଵେ ନିଦ ଭାଙ୍ଗି ପ୍ରଶାସନ ର, କେଵେ ହେବ ଦୁବରାଜପୁରର ଗ୍ରାମ ବାସୀଙ୍କ କଂକ୍ରିଟ ରାସ୍ତା ସ୍ବପ୍ନ।











