ରାୟଗଡ଼ା: ରବୀନ୍ଦ୍ର ନାଥ ମହାପାତ୍ର :- ରାୟଗଡ଼ା ଜିଲ୍ଲା ଗୁଣପୁର ବିଜେଡି ତରଫରୁ ଆଜି ଶୁକ୍ରବାର ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଙ୍କ ନେତୃତ୍ୱରେ ବିରାଟ ବାଇକ୍ ଶୋଭାଯାତ୍ରା ଆସି ଗୁଣପୁର ଅଞ୍ଚଳ ର ବିଭିନ୍ନ ସମସ୍ୟା ସହ ପୌର ପରିଷଦ ରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପ୍ରମୁଖ ଦାବି ଗୁଡ଼ିକ ହେଲା ଡବଲ ଇଞ୍ଜିନ ସରକାର ଆସିବା ଠାରୁ ଗୁଣପୁର ନିର୍ବାଚନ ମଣ୍ଡଳୀ ରେ କୌଣସି ଉନ୍ନୟନ ମୁଳକ କାର୍ଯ୍ୟ ହୋଇନି,ଯାହାକି ନବୀନ ବାବୁ ଙ୍କ ପ୍ରକଳ୍ପ କୁ ନା ଚେଇଂଜ ସହ କଲର ମାରି ବାହା ବାହା ନେଉଥିବା ଅଭିଯୋଗ ହୋଇଛି। ଅଞ୍ଚଳ ର ଉନ୍ନୟନ ମୁଳକ କାର୍ଯ୍ୟ ଠପ ହୋଇ ଯାଇଛି ।ବିଶେଷ କରି ଗୁଣପୁର ପୌର ପରିଷଦ ରେ ବ୍ୟାପକ ଦୁର୍ନୀତି ହୋଇଛି।ଏହାର ତଦନ୍ତ କରାଯାଉ ସେହିପରି ଡବଲ ଇଞ୍ଜିନ ସରକାର ଆସିବା ପରେ ଚାଷୀ ମାରାଣାନିତି ଦେଖିବାକୁ ମିଳିଛି ଚାଷୀ ଙ୍କ ଧାନ କିଣାରେ ଟୋକେନ୍ ସମସ୍ୟା , ମଣ୍ଡି ରେ ପଡ଼ିଥିବା ଧାନ କୁ ତୁରନ୍ତ ଉଠାଯାଉ,ମହିଳା ମାନେ ଚାରିଆଡ଼େ ଅସୁରକ୍ଷିତ,ଆଇନ୍ ଶୁଙ୍ଖଲା ବିପର୍ଯ୍ୟସ୍ତ ହେବା ସହ ଗୁଣପୁର ପୌର ପରିଷଦରେ ସଫେଇ କାମ ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଥିଲେ। ଏ ନେଇ ବିଜେଡି ତରଫରୁ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଏହି ସମୟରେ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର କୁମାର ଦାସ,ରାଜ୍ୟ କାର୍ଯ୍ୟକାରୀ ଛାତ୍ର ସଭାପତି ବିଷ୍ଣୁ ପଣ୍ଡା,ପୁର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ଗୁଣପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ,ଜିଲ୍ଲା ନାରୀନେତ୍ରୀ ଅନୁସାୟା ମାଝି ଙ୍କ ସହ ଗୁଣପୁର ବିଜେଡି ବ୍ଲକ ଓ ଟାଉନ୍ ସଭାପତି ଙ୍କ ସହ ଅନେକ ବରିଷ୍ଠ ନେତା କର୍ମୀ ମାନେ ଉପସ୍ଥିତ ରହିଥିଲେ।ଏହା ପୂର୍ବ ରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ନିକଟରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରା ରେ ଆସି ସହର ପରିକ୍ରମା କରିବା ସହ ପୌର ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହିସମୟ ରେ ଗୁଣପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ,ବିଜେଡି କାଉନସିଲର ମାନେ ଉପସ୍ଥିତି ରହିଥିଲେ। ନୂତନ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।
ଏହି ସମୟରେ ଜିଲ୍ଲା ସଭାପତି ଜଗନ୍ନାଥ ସାରକା ,ରାଜ୍ୟ ସାଧାରଣ ସମ୍ପାଦକ ସୂଧୀର କୁମାର ଦାସ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ଜିଲ୍ଲା ମହିଳା ସଭାପତି ଅନୁଷୟା ମାଝି ରାୟଗଡା ରାଜ୍ୟ ଛାତ୍ର ଜନତା ଦଳ ର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପଣ୍ଡା
ଦେବାଶିଷ ଖାଡ଼ଙ୍ଗା ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି
ପି ଗୌରୀ ଶଙ୍କର କାର୍ଯ୍ୟକାରି ସଭାପତି କୁନା ପାଣିଗ୍ରାହୀ କାର୍ଯ୍ୟକାରୀ ସଭାପତି
ଗଗନ ଆଚାର୍ଯ୍ୟ ପୂର୍ବତନ ସମ୍ପାଦକ ଜଗଦୀଶ ନାୟକ ବେହେରା କୋମଳ ମୁଟିକା ଜିଲ୍ଲା ପରିଷଦ ବାତ୍ରୀ ମଣ୍ଡାଙ୍ଗୀ
ଗଦାବରୀ ରାଉତ ଦୁର୍ଗା ସାହୁ ମଣ୍ଟୁ ଆଚାର୍ଯ୍ୟ
ଦେବୀ ଆଚାର୍ଯ୍ୟ, ପୂର୍ଣ୍ଣ ବାଉରୀ ନଗର ସଭାପତି ଗୁଣୁପୁର ବିଜେଡି ମୁନା ପାଣି ଲକ୍ଷ୍ମୀ ମହାପାତ୍ର ଅ ନାଗୁ ଶିବ ପାଢ଼ୀ କାଉନସିଲର ସୁଜିତ ଶତପଥି ରାମ ପଣ୍ଡା ରାଜେଶ ପଣ୍ଡା
ମିକୁ ପ୍ରଧାନ ରାଜ୍ୟ ବିଜୁ ଛାତ୍ର ଜନତା ଦଳ କାଯ୍ୟକାରୀ ସଭାପତି ରଂଜିତ ଦାସ ରାଜ୍ୟ ସାଧାରଣ ସମ୍ପାଦକ ଅଶ୍ୱିନୀ ଗମାଙ୍ଗ ପୂର୍ବତନ ବ୍ଲକ ଅଧକ୍ଷ୍ୟ ଚନ୍ଦ୍ରପୁର ମଙ୍ଗଳା ଦିବାକା ଅକ୍ଷୟ ରଇତ ସନ୍ତୋଷ ମହାନ୍ତି ଗୁଡ଼ାରୀ ପି ପ୍ରସାଦ ରାଓ ଜି କାରିଆନା ସହ ଅନେକ କର୍ମୀ ନେତା ଉପସ୍ଥିତି ରହିଥିଲେ।
ଗୁଣପୁର ପୌର ପରିଷଦ ର ଦୁର୍ନୀତି ସହ ସରକାର ଙ୍କ ଚାଷୀ ମାରଣା ନୀତି ବିରୁଦ୍ଧରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ବିଜେଡି ର ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକ ପତ୍ର ପ୍ରଦାନ
By Charcha News











