ଉଦଳା ( ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଖୁଣ୍ଟା ବ୍ଲକ
ଡେଙ୍ଗାମ ଗ୍ରାମପଞ୍ଚାୟତରେ ଏକ ପରିବାର ଦୁର୍ଦିନରେ , ଗ୍ରାମର ଲିଟା ମୁର୍ମୁଙ୍କ ପରିବାରରେ ଜୀବନ ଏକ ଦିନ–ଦୁଇ ଦିନର ଘଟଣା ନୁହଁ, ସମସ୍ୟା ପୁରୁଣା, ତଥାପି ସଂଘର୍ଷ ଜାରି ରହିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଶାରୀରିକ ଭାବେ ଅସମର୍ଥ, ସମସ୍ତେ ଭିନ୍ନକ୍ଷମ । ଏପରି ଦୃଶ୍ୟ କେବଳ ଦୟା–ସମ୍ବେଦନା ଉତ୍ପନ୍ନ କରିନଥାଏ; ଲୋକସେବା ଯନ୍ତ୍ରଣାର ତଳସ୍ଥରର ଦୁରବସ୍ଥାକୁ ମଧ୍ୟ ଉଜାଗର କରେ।
ଘରର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଦୟନୀୟ।
ଭଲରେ ଖାଇବା–ପିନ୍ଧିବା—ଏହା ଏମାନଙ୍କ ପାଇଁ ଆଜିମଧ୍ୟ ଏକ ଅପୂରଣୀୟ ସାତ ସପନ। ସାଧାରଣ ଚିକିତ୍ସା, ଶୁଦ୍ଧ ପୋଷଣ, ନିୟମିତ ସେବା–ଶୁଶୃଷା—ଏମାନଙ୍କ ପାଇଁ ନାହିଁ। ଦୈନିକ ଜୀବନ ଚଳିବାକୁ ଏମାନେ ପଡ଼ଶି ଲୋକଙ୍କ ସହାୟତାରେ ନିର୍ଭର କରିବାକୁ ବାଧ୍ୟ।
ସରକାର ପକ୍ଷରୁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ, ସେଗୁଡିକ ଏହି ପରିବାର ପର୍ଯ୍ୟନ୍ତ ପହଞ୍ଚିନଥିବା ଅଭିଯୋଗ ଆସିଛି ।
ବିକଳାଙ୍ଗ ଭତ୍ତା, ରାସନ୍, ସହାୟତା ନିବାସ, ଗୃହ ଯୋଜନା, ବିଶେଷ ସାହାୟତା—ଏହାର କୌଣସି ସୁବିଧା ନିୟମିତ ଭାବରେ ମିଳୁନଥିବା , ପରିବାରର ଦୁର୍ଦଶା ଦିନକୁ ଦିନ ବଢ଼ିବା ଲାଗିଛି।
ଏଣୁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଏହି ପରିବାର ପ୍ରତି ତତ୍କାଳ ସହାୟତା ଦେବା ଆବଶ୍ୟକ।
ଯେଉଁଠାରେ ପାଞ୍ଚ ଜଣ ଅସମର୍ଥ ସଦସ୍ୟ ରହୁଛନ୍ତି, ସେଠାରେ ବିଶେଷ ପଦକ୍ଷେପ, ସ୍ଥାୟୀ ସହାୟତା ଓ ଯୋଜନାର ସୁଚାରୁ କାର୍ଯ୍ୟାନ୍ବୟ ହେବା ନିହାତି ଦରକାର।
ଗ୍ରାମବାସୀଙ୍କ ମତ—“ଏମାନଙ୍କ ପାଖକୁ ଯୋଜନା ନ ପହଞ୍ଚିଲେ, ସରକାରୀ ସେବା ବର୍ଜିତ ହୋଇଯାଏ। ଏହି ପରିବାର ପାଇଁ ତତ୍କାଳ କ୍ଷେତ୍ର ସତ୍ୟାବଲୋକନ ଓ ସହାୟତା ଆବଶ୍ୟକ ବୋଲି ଆଲୋଚନା ହେଉଛି, ତେଵେ ଆଗକୁ ଦେଖିବାକୁ ବାକି ଅଛି , କେଵେ ପ୍ରଶାସନ ର ନିଦ ଭାଙ୍ଗୁଛି, ଆଉ କେଵେ ଏହି ପରିବାର ଦୁଃଖ ଦୂର ହେଉଛି l












