ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଆଜିଠାରୁ କଡ଼ା ସୁରକ୍ଷା ରେ ଆରମ୍ଭ ହୋଇଛି। ଆଜି ଠାରୁ ଆରମ୍ଭ ହୋଇ ମାର୍ଚ ୨ ତାରିଖରେ ହେବ ଶେଷ । ତେବେ ନିର୍ଧାରିତ ସମୟ ମଧ୍ଯରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଛନ୍ତି। ରାୟଗଡ଼ା ଜିଲାରେ ଚଳିତ ବର୍ଷ ୬୪ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୬୯୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜିଲାରେ ୫୯ଟି ପରୀକ୍ଷା କେନ୍ଦ୍ରରେ ୧୧ ହଜାର ୮୫୯ ଜଣ ଛାତ୍ରଛାତ୍ରୀ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାରେ ବସିଛନ୍ତି। ସେହିପରି ଜିଲାରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ୫ଟି କେନ୍ଦ୍ରରେ ୮୩୨ ଜଣ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ଜିଲାରେ ୧୧ଟି ନୋଡାଲ ସେଣ୍ଟର କରାଯାଇଛି। ପ୍ରତି ବ୍ଲକ ମୁଖ୍ୟାଳୟରେ ଥିବା ହାଇସ୍କୁଲରେ ଏହି ନୋଡାଲ ସେଣ୍ଟର କରାଯାଇଥିବା ବେଳେ ଏହି ସବୁ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ରଖାଯାଇଛି। ନୋଡାଲ ସେଣ୍ଟରରେ ୨୪ ଘଣ୍ଟିଆ ପୁଲିସ ପ୍ରହରା ସହ ସିସିଟିଭି ନଜରେ ରଖାଯାଇଛି। ପରୀକ୍ଷାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ଼ ଗଠନ କରାଯାଇଛି । ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ସଂଯୋଗ କରାଯାଇଛି । ସମସ୍ତ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମାମାପନ ପାଇଁ ରାୟଗଡା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜି ମାତୃଭାଷା ପରୀକ୍ଷା ଥିବାରୁ ପିଲା ମାନେ ଉତ୍ସାହର ସହ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି। ପରୀକ୍ଷା ଶାନ୍ତିଶୃଙ୍ଖଳା ସହ ପରିଚାଳନା ସହ ୬୪ ଜଣ ଅବଜରଭର ଓ ୬୪ ଜଣ ପରୀକ୍ଷା ସୁପରିନଟେଣ୍ଡେଣ୍ଟ ନିଯୁକ୍ତ କରାଯାଇଥିଲା ବୋଲି ଜିଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ କହିଛନ୍ତି।
ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଆଜିଠାରୁ କଡ଼ା ସୁରକ୍ଷା ରେ ଆରମ୍ଭ
By Charcha News












