ରାୟଗଡ଼ା /ରବୀନ୍ଦ୍ର ନାଥ ମହାପାତ୍ର
ଯାତ୍ରୀ ଙ୍କ ସୁବିଧା ଲାଗି ସରକାର ପ୍ରତି ବ୍ଲକ ରେ ନିର୍ମାଣ କରୁଛନ୍ତି ମଡେଲ ବସଷ୍ଟାଣ୍ଡ ।ବସଷ୍ଟାଣ୍ଡ ନଥିବା ଫଳରେ ରାସ୍ତା ଉପରେ ଘଣ୍ଟା ଘଣ୍ଟା ରହୁଛି ବସ।ଫଳରେ ସହର ରେ ଟ୍ରାଫିକ ସମସ୍ୟା ଲୋକଙ୍କୁ ଏବେ ଦୁଇ ଗୁଣିତ କରିଛି।ଏପଟେ ଦୂର ଦୁରାନ୍ତରୁ ଆସିଥିବା ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ସେପଟେ ପୂର୍ବ ସରକାର ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ୨ଏକର୩୦ସେଣ୍ଟ ଜାଗା ଚିହ୍ନଟ କରିଥିଲେ।ଏବେ ସରକାର ବଦଳିଛନ୍ତି ହେଲେ ବି ଜାଗା ରେ ମାଟି ମୁଠେ ହେଲେ ପଡିନି ଫଳରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ଏବେ ସୀମିତ ହୋଇ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଯାତ୍ରୀଙ୍କୁ ନାହି ନ ଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଏପରି ଏବେ ଦେଖିବା ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ରେ ଆସନ୍ତୁ ଦେଖିବା ଆମର ସ୍ଵତନ୍ତ୍ର ରିପୋର୍ଟ। ରାସ୍ତା ଉପରେ ରହୁଛି ବସ।ଫଳରେ ସଂକୀର୍ଣ୍ଣ ହେଉଛି ରାସ୍ତା।ଏ ହେଉଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସହର ର ସୁନାରି ଘାଇ ଛକ ର ଦୃଶ୍ୟ।ଏଠାରେ ଗୋଟିଏ ବସ ରହିଲେ ଅନ୍ୟ ଏକ ବସ ଆସିଲେ ଆଉ ରାସ୍ତା ନାହିଁ।ଫଳରେ ରାସ୍ତା ହେଉଛି ଜାମ।ବସଷ୍ଟାଣ୍ଡ ନଥିବା ଫଳରେ ଏମିତି ଘଣ୍ଟା ଘଣ୍ଟା ରାସ୍ତା ଉପରେ ରହୁଛି ବସ।ଫଳରେ ଏଠାକାର ଜନସାଧାରଣ ସବୁବେଳେ ଟ୍ରାଫିକ ସମସ୍ୟା ରେ ଛନ୍ଦି ହୋଇ ପଡୁଛନ୍ତି। ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳୀ ହେଉଛି ପଦ୍ମପୁର ଏଠାକୁ ପ୍ରତିଦିନ କୋରାପୁଟ ଜୟପୁର, ରାୟଗଡା, କଟକ ,ଗୁଣପୁର ଭୁବନେଶ୍ବର ,ବ୍ରହ୍ମପୁର ,ଗଜପତି ଜିଲ୍ଲା କୁ ପ୍ରତିଦିନ ବସ ଚଳାଚଳ କରୁଛି ।ଆଉ ଲୋକେ ବସ ଷ୍ଟାଣ୍ଡ ନଥିବା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ବସ କୁ ଅପେକ୍ଷା ପାଇଁ ଆସିଥିବା ଯାତ୍ରୀ ମାନେ ବସିବା ଠାରୁ ପିଇବା ପାଣି , ଶୌଚାଳୟ ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।
ଦିନ କୁ ଦିନ ଏଠାରେ ଜନସଂଖ୍ୟା ବଢିବାରେ ଲାଗିଛି।ସହରର ଆୟତନ ବୃଦ୍ଧି ସହିତ ବଡିଛି ବ୍ୟବସାୟିକ କାରବାର ଏବଂ ତାହା ସହିତ ତାଳ ଦେଇ ବଢୁଛି ଟ୍ରାଫିକ ସମସ୍ୟା ।ପୂର୍ବ ସରକାର ଙ୍କ ସମୟ ରୁ ଏଠାରେ ବସ ଷ୍ଟାଣ୍ଡ ନିମନ୍ତେ ବହୁ ଦାବି ହେଉଥିଲା।ସେହି ସମୟ ର ସରକାର ମଡେଲ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଲାଉଗୁଡ଼ା ମୌଜା ଯୋକବନ୍ଧ ନିକଟରେ ୨ ଏକର୩୦ଡେସି ମିଲି ଜାଗା ଚିହ୍ନଟ ପରିବହନ ବିଭାଗ ନ ରେ ମଧ୍ୟ ପଟା ହସ୍ତାନ୍ତର କରାଯାଇଛି ବୋଲି ସ୍ଥାନୀୟ ତହସିଲଦାର କହିଥିଲେ।ହେଲେ ପରିବହନ ବିଭାଗ ଚୁପ କାହିଁକି ରହିଛି।ଏପଟେ ସରକାର ବଦଳିଲା ପରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ରୂପାନ୍ତରିତ ହୋଇ ପାରୁନଥିବା ସ୍ଥାନୀୟ ବାସିନ୍ଦା କେବେ ନିର୍ମାଣ ହେବ ନୂଆ ବସଷ୍ଟାଣ୍ଡ ବୋଲି ଜନସାଧାରଣ ସରକାର ଙ୍କୁ ପ୍ରଶ୍ନ କରି ଅସନ୍ତୋଷ ପ୍ରକାଶ କରିଛନ୍ତି।
ତେବେ ଜାଗା ଚିହ୍ନଟ ସରିଛି।ହେଲେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ ସକାଶେ ମାଟି ମୁଠାଏ ବି ପଡିନି। ଏଣୁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାର ବର୍ଷ ବର୍ଷ ଧରି ଏଠାକାର ଲୋକଙ୍କ ଦାବି କେବେ କରିବେ ପୂରଣ ଆଉ ଯାତ୍ରୀ ମାନେ କେବେ ଏହାର ସୁବିଧା ପାଇବେ ତାକୁ ଏବେ ଅପେକ୍ଷା।











