ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ଗୁଣୁପୁର ପଞ୍ଚାୟତ ସମିତି ର ସମୀକ୍ଷା କରିଥିଲେ।ବ୍ଲକ ରେ ଚାଲିଥିବା ପି ଏମ୍ ଜନ ମନ୍ ଯୋଜନା ରେ ଘର ସବୁ ଅତି ଶୀଘ୍ର ସରାଇବା ପାଇଁ ସମସ୍ତ ଙ୍କୁ ତାଗିଦ କରିଥିଲେ ।ପରେ ଆଉ ସବୁ ଉନ୍ନୟନ ମୂଳକ କାମ ଗୁଡିକ ତ୍ୱରାନ୍ୱିତ କରି ସାରିବା ପାଇଁ ସମୟ ସୀମା ନିର୍ଦ୍ଧାରଣ କରିଥିଲେ।ଏହି ମାସ ୩୦ତାରିଖ ସୁଦ୍ଧା ଏକ ହଜାର ଘର ସାରିବା ପାଇଁ ସପଥ ମଧ୍ୟ କରାଇଥିଲେ।ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଗୃହ ଗୁଡ଼ିକୁ ଅକ୍ଟୋବର ମାସ ରେ ସାରି ରେକର୍ଡ ସୃଷ୍ଟି କରିବା ପାଇଁ ସମସ୍ତ ପଦାଧିକାରୀ ଙ୍କୁ ଉତ୍ସାହିତ କରିଥିଲେ।ଆଗାମୀ ଦିନରେ ସମୀକ୍ଷା ଜାରୀ ରହିବ ଏବଂ ଲୋକଙ୍କ ପାଖରେ ସୁବିଧା ରେ ଯେପରି ସରକାରୀ ଯୋଜନା ଗୁଡିକ ସରଳ ରେ ପହଞ୍ଚି ପାରିବ ଏହା ପ୍ରତି ଧ୍ୟାନ ଦିଆ ଯିବ ବୋଲି କହିଥିଲେ।ଏହି ସମୟରେ ବିଡ଼ିଓ ସ୍ୱାସ୍ତୀକ ଜମାଦାର, ଏଇ ହରେକୃଷ୍ଣ ପଣ୍ଡା ସମସ୍ତ ଜେଇ ଙ୍କ ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ଗୁଣପୁର ବ୍ଲକ ଗ୍ରସ୍ତ
By Charcha News











