ରାସ୍ତାରେ ଛାତ୍ରଙ୍କ ଭିଡ଼ ଏବଂ ସୋସିଆଲ ମିଡିଆରେ ଦେଶବ୍ୟାପୀ ସମର୍ଥନ ପରେ ସରକାର ବାଧ୍ୟ ହୋଇ ପ୍ରଥମ ଥର ପାଇଁ ଆଲୋଚନାର ହାତ ବଢ଼ାଇଛନ୍ତି । ପ୍ରଶାସନିକ ଟିମ୍ ଧରଣାସ୍ଥଳରେ ପହଞ୍ଚି ନେତାମାନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଝାଡ଼ଖଣ୍ଡରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଏବେ ଉଗ୍ର ରୂପ ନେବାରେ ଲାଗିଛି । ହେମନ୍ତ ସୋରେନ୍ ସରକାରଙ୍କ ଉପରେ ଚାପ ବୃଦ୍ଧି ପାଇବା ପରେ ସରକାର ପ୍ରଥମ ଥର ପାଇଁ ଛାତ୍ରମାନଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ JPSC ଏବଂ JSSC ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ସମ୍ପର୍କରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେତେ ପ୍ରଭାବଶାଳୀ ହେଉନା କାହିଁକି, କାହାକୁ ମଧ୍ୟ ଛଡ଼ାଯିବ ନାହିଁ । ସେ ଏପରି ମଧ୍ୟ କହିଛନ୍ତି ଯେ ଏହି ମାମଲାରେ କାହାକୁ ମଧ୍ୟ ଛଡ଼ା ନଯିବା ପାଇଁ ତଦନ୍ତକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ।
ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ ଖୁଲମଖୋଲା ଆନ୍ଦୋଳନକୁ ଓହ୍ଲାଇଛି । କେବଳ ଝାଡ଼ଖଣ୍ଡ ନୁହେଁ, ପଞ୍ଜାବରୁ ରାଜସ୍ଥାନ ପର୍ୟ୍ୟନ୍ତ ଛାତ୍ର ଅସନ୍ତୋଷର ନିଆଁ ବ୍ୟାପିବାରେ ଲାଗିଛି । ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ଏବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ପାଇଁ ବଡ଼ ରାଜନୈତିକ ଚ୍ୟାଲେଞ୍ଜ ପାଲଟିଛି । ରାସ୍ତାରେ ଛାତ୍ରଙ୍କ ଭିଡ଼ ଏବଂ ସୋସିଆଲ ମିଡିଆରେ ଦେଶବ୍ୟାପୀ ସମର୍ଥନ ପରେ ସରକାର ବାଧ୍ୟ ହୋଇ ପ୍ରଥମ ଥର ପାଇଁ ଆଲୋଚନାର ହାତ ବଢ଼ାଇଛନ୍ତି । ପ୍ରଶାସନିକ ଟିମ୍ ଧରଣାସ୍ଥଳରେ ପହଞ୍ଚି ନେତାମାନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ ଏହି ଆନ୍ଦୋଳନକୁ ଅସ୍ତ୍ର କରି ବିରୋଧୀ ବିଜେପି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି ।
ବିରୋଧୀ ଦଳ ନେତା ବାବୁଲାଲ ମରାଣ୍ଡି ଦଳୀୟ ପ୍ରତିନିଧିମଣ୍ଡଳୀ ସହ ଧରଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ସମର୍ଥନ ଜଣାଇଛନ୍ତି । ଏସବୁ ଭିତରେ ୭ ଓ ୧୦ ଅଗଷ୍ଟରେ ଛାତ୍ରମାନେ ବିଧାନସଭା ଘେରାଉ ପାଇଁ ଚେତାବନୀ ଦେଇଛନ୍ତି, ଯାହା ରାଜନୈତିକ ସଂଘର୍ଷକୁ ଆହୁରି ତୀବ୍ର କରିଛି । ଛାତ୍ର ଆକ୍ରୋଶର ନିଆଁ କେବଳ ଝାଡ଼ଖଣ୍ଡରେ ସୀମିତ ନାହିଁ । ପଞ୍ଜାବରେ ପେପର ଲିକ୍ ପ୍ରତିବାଦରେ ବିଧାନସଭା ମାର୍ଚ୍ଚ କରୁଥିବା ଯୁବ କଂଗ୍ରେସ ଓ ଏବିଭିପି ଛାତ୍ରଙ୍କ ଉପରେ ପୋଲିସ ପାଣି ମାଡ଼ କରିବା ସହ ଅନେକଙ୍କୁ ହାଜତକୁ ନେଇଛି । ଗୋଟିଏ ପଟେ ପରୀକ୍ଷା ଓ ନିଯୁକ୍ତିରେ ଅନିୟମିତତାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଛାତ୍ର ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ, ଅନ୍ୟପଟେ ଏହା ଉପରେ ରାଜନୀତି ମଧ୍ୟ ଜୋର ଧରିଛି । ଏବେ ଦେଖିବାକୁ ବାକି ରହିଲା ସରକାର ଆଲୋଚନା ମାଧ୍ୟମରେ ଏହାର ସମାଧାନ କରୁଛନ୍ତି ନା ବିଧାନସଭା ଘେରାଉ ଆନ୍ଦୋଳନ ଆହୁରି ଭୟାନକ ରୂପ ନେଉଛି ।
ଚର୍ଚ୍ଚା news











