BY_ଚିନ୍ମୟ ନାୟକ
ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ ସେରପୁର ପଞ୍ଚାୟତ କୃଷ୍ଣନଗର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ଟ୍ରାକ୍ଟର ଚାଷ କରୁଥିବା ବେଳେ ରୋଟରରେ ଚାପି ହୋଇ ଜଣେ ଚାଷୀର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଚାଷୀ ଜଣଙ୍କ ହେଲେ କୃଷ୍ଣନଗର ଗ୍ରାମରେକାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ(୬୪)। ଆଜି ସକାଳୁ କାର୍ତ୍ତିକ ନିଜ ଜମିରେ ଏକ ଟ୍ରାକ୍ଟର ଯୋଗେ ହଳ କରାଉଥିଲେ। ସେ ଉପସ୍ଥିତ ରହି ହଳ ସମ୍ପର୍କରେ ଡ୍ରାଇଭରକୁ କହୁଥିଲେ। କୈାଣସି କାରଣବସତ ଟ୍ରାକ୍ଟର ରୋଟରରେ ଚାପି ହୋଇଯିବାରୁ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଚର୍ଚ୍ଚା news
