ରାୟଗଡ଼ା/ରବିନ୍ଦ୍ର ନାଥ ମହାପାତ୍ର:- ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ତ୍ରିବେଣୀ ଜି.ଏନ.ଏମ୍ କଲେଜ ଦ ତରଫରୁ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଛି।ଏହି ଅବସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ତ୍ରିବେଣୀ କଲେଜ ଚେୟାରମ୍ୟାନ ଶ୍ରୀଯୁକ୍ତ ସ୍ୱାଗତ ସେଖର ଜେନା ମୁଖ୍ୟ ଅଥିତି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ହିଁ ମନୁଷ୍ୟର ସର୍ବୋତ୍ତମ ସମ୍ପଦ ଏହାର ସୁରକ୍ଷା ଓ ଯତ୍ନ ନେବା ପ୍ରତ୍ୟେକଙ୍କ ନିଜସ୍ୱ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ।
ଏହି ଅବସରରେ କଲେଜ ସି.ଇ.ଓ.ଶ୍ରୀମତୀ ଅନିତା ମିଶ୍ର, ପ୍ରିନସିପାଲ ଶ୍ରୀମତୀ ସରସ୍ବତୀ ପ୍ରଧାନ,ମୁଖ୍ୟ ହିସାବ ରକ୍ଷକ ଶ୍ରୀ ରଞ୍ଜନ ସାହୁ,ସି.ଏ.ଓ. ମନ୍ମଥ ଲିମା ସହ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ସି.ଇ.ଓ. ଶ୍ରୀମତୀ ଅନିତା ମିଶ୍ର ଯୋଗ ଓ ସଚେତନତା* ମାଧ୍ୟମରେ କର୍କଟ ରୋଗ ପ୍ରତିରୋଧର ଗୁରୁତ୍ୱ ବିଷୟରେ ବାର୍ତ୍ତା ଦେଇଥିଲେ।
ଅନୁଷ୍ଠାନ ପକ୍ଷରୁ ଜି.ଏନ.ଏମ୍ କଲେଜ ଠାରୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଏକ ସଚେତନତାମୂଳକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରାକୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼କ୍ଟର ଋତୁପର୍ଣ୍ଣl ପଟ୍ଟନାୟକ, ଡାକ୍ତର ଶେଖର ସମେତ ସମସ୍ତ କର୍ମଚାରୀ ମାନେ ସ୍ୱାଗତ କରି ଏପରି ସମାଜ ଉପକାରୀ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ।
ଶେଷରେ କଲେଜ ମୁଖ୍ୟ ଶିକ୍ଷା ଓ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ଦାମୋଦର* ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମାପ୍ତ ହୋଇଥିଲା।











