ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ୭୯ତମ ସ୍ୱାଧୀନତା ଦିବସର ସକାଳେ ଭାରତବାସୀଙ୍କୁ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶୁଭେଚ୍ଛାବାର୍ତ୍ତା ଦେଲେ। ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ। ଦେଶବାସୀଙ୍କୁ ତାଙ୍କର ସ୍ପଷ୍ଟ ବାର୍ତ୍ତା, ‘ଦେଶବାସୀଙ୍କ ସମ୍ମାନ ରକ୍ଷା ପାଇଁ ଲଢ଼େଇ ଜାରି ରହିବ।’ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ସକାଳେ ଏକ୍ସ ହ୍ୟାଣ୍ଡେଲରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପ୍ରଣାମ ଜଣାଇଥିଲେ। ସେଠାରେ ସେ ଲେଖିଛନ୍ତି, “ଏହି ଦିନ, ମୁଁ ଏହି ଭୂମିକୁ ମଧ୍ୟ ପ୍ରଣାମ ଜଣାଉଛି। ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଖୁଦିରାମ ବୋଷ, ପ୍ରଫୁଲ୍ଲ ଚାକି, କନାଇଲାଲ ଦତ୍ତ, ବିପିନ ଚନ୍ଦ୍ର ପାଲ, ପ୍ରୀତିଲତା ୱାଦ୍ଦେଦାର, ମାତାଙ୍ଗିନୀ ହାଜରା, ମାଷ୍ଟରଦା ସୂର୍ଯ୍ୟ ସେନ, ବିନୟ-ବାଦଲ-ଦିନେଶ, ବାଘା ଜତୀନଙ୍କ ଭଳି ସୁନା ପୁଅ ଏବଂ ଝିଅମାନେ ଏହି ଭୂମିରେ ଜନ୍ମଗ୍ରହଣ କରିଥିଲେ। ଏହି ବଙ୍ଗଳା ସେହି ଦିନ ବିଦେଶୀ ଶକ୍ତି ବିରୁଦ୍ଧରେ, ଅନ୍ୟାୟ ଏବଂ ଅତ୍ୟାଚାର ବିରୁଦ୍ଧରେ ସାହସର ସହିତ ଲଢ଼ିଥିଲା। ଲଢ଼େଇ ଆମ ରକ୍ତରେ ଅଛି। ଆଜି ମଧ୍ୟ, ଅନ୍ୟାୟ ଦେଖିଲେ ଆମେ ଗର୍ଜନ କରୁ।”ଦେଶବାସୀଙ୍କ ସମ୍ମାନ ରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ଆଶ୍ୱାସନା ଦେଇ ସେ ଲେଖିଛନ୍ତି, “ଆମର ଲକ୍ଷ୍ୟ ହେଉଛି ସେହି ସୁବର୍ଣ୍ଣ ଦେଶ ନିର୍ମାଣ କରିବା ଯାହାର ସ୍ୱପ୍ନ ଆମର ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିଲେ ଏବଂ ଯେଉଁଥି ପାଇଁ ସେମାନେ ନିଜ ଜୀବନ ବଳିଦାନ ଦେଇଥିଲେ। ମୁଁ ନିଶ୍ଚିତ ଯେ ଏହି ଲଢ଼େଇରେ ଲୋକମାନେ ଆମ ସହିତ ଛିଡା ହେବେ
‘ଦେଶବାସୀଙ୍କ ସମ୍ମାନ ରକ୍ଷା ପାଇଁ ଲଢ଼େଇ ଜାରି ରହିବ’, ସ୍ୱାଧୀନତା ଦିବସରେ ଭାରତବାସୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଲେ ମମତା
By Charcha News












