ରାୟଗଡ଼ା ଗୁଣପୁର ମହାବିଦ୍ୟାଳୟ , ଗୁଣପୁର ଠାରେ ଆଜି ପ୍ରଥମ ବର୍ଷ ଛାତ୍ର ଛାତ୍ରି ମାନଙ୍କୁ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରି ମାନଙ୍କଦ୍ୱାରା ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଶିକ୍ଷା ଓ ଗଣିତ ବିଭାଗ ତରଫରୁ ପୃଥକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତି ସଭାପତିତ୍ଵ କରି ନୂତନ ଭାବେ ଯୋଗ ଦେଇ ଥିବା ଛାତ୍ର ଛାତ୍ରି ଙ୍କୁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାର୍ଥୀ ମାନେ ଈଶ୍ବର ,ପରିଶ୍ରମ ଓ ବିଦ୍ୟାରେ ମନ ଲଗେଇବା ସହ କୁସଙ୍ଗ, ସ୍ୱାର୍ଥ ଓ ନିନ୍ଦା ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷା ବିଭାଗର ମୁଖ୍ୟ ଗଙ୍ଗା ମାଡ଼କାମି ଓ ଗଣିତ ବିଭାଗର ମୁଖ୍ୟ ଜିତେନ୍ଦ୍ର ବଡ଼ ମୁଣ୍ଡି ଙ୍କ ନେତୃତ୍ଵରେ ଅତି ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମ ଦୁଇଟି ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ସତିଶ ପଟ୍ଟନାୟକ, ସତ୍ୟବାନ ଗରଡ଼, ବିକାଶ ଭୂୟୁଁ।ଅଧ୍ୟାପିକା ସୁନିତା ଗମାଙ୍ଗ , ଲକ୍ଷ୍ମି ଗମାଙ୍ଗ ଓ ଦୀ ପଶିଖା ରଣା ଉପସ୍ଥିତ ରହି ଛାତ୍ରଛାତ୍ରି ଙ୍କୁ ଶୃଙ୍ଖଳିତ ଜୀବନ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଡ୍.ଦିପିକା ପଟନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷା ବିଭାଗର କାର୍ଯ୍ୟକ୍ରମ କୁ ସୁଶ୍ରୀ ଲିପସାରାଣୀ ରାଉଳ ପରିଚାଳନା କରିଥିବା ବେଳେ , ଗଣିତ ବିଭାଗର ମଞ୍ଚ ପରିଚାଳନା କରିଥିଲେ ରୁଦ୍ରାକ୍ଷ ଲିମା ଓ ସାଥିମାନେ ।
ନଜାଗତଙ୍କ ସ୍ଵାଗତ ସମ୍ବର୍ଦ୍ଧନା ସଭା
By Charcha News











