ସାମ୍ବଦିକ: ପ୍ରଶାନ୍ତ ରାଉଳ
କୋଲକାତା
ଆଙ୍କର: ନୀଳଚକ୍ର ପଶ୍ଚିମବଙ୍ଗ ଶାଖା ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୧ତମ ଜୟନ୍ତୀ ମର୍ଯ୍ୟାଦାର ସହିତ କୋଲକାତାର ୱେଲିଙ୍ଗଟନ ସ୍ଥିତ ରାଜା ସୁବୋଧ ମଲ୍ଲିକ ସ୍କୋୟାର ସ୍ଥିତ ଉତ୍କଳ ଭବନ ସମ୍ମୁଖରେ ଥିବା ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତି ପାଦଦେଶରେ ପାଳିତ ହୋଇଯାଇଛି ଅନୁଷ୍ଠାନର ଉପ-ସଭାପତି ବିମ୍ବାଧର ପଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ଜୟନ୍ତୀ ଅନୁଷ୍ଠାନ। କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶେଷଦେବ ସାମଲ କହିଲେ ନୀଳକଣ୍ଠଙ୍କ ଆଦର୍ଶ, ତ୍ୟାଗ ଆମ୍ଭମାନଙ୍କ ପ୍ରେରଣା। ସେ ଥିଲେ ସ୍ଵାଧୀନତା ଆନ୍ଦୋଳନରେ ମହାନଯୋଦ୍ଧା। ନୀଳକଣ୍ଠଙ୍କ ପରି ବରପୁତ୍ର ଓଡିଶା ମାଟିରେ ଜନ୍ମି ଆମ୍ଭମାନଙ୍କୁ ଧନ୍ୟ କରିଛନ୍ତି ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ତପନ କୁମାର ବେହେରା, ଉପସଭାପତି ସୁଧୀର କୁମାର ଗେଡୀ, ବିଜୟ କୁମାର କର, ସଙ୍ଗଠନ ସମ୍ପାଦକ ରତିକାନ୍ତ ସାହୁ, ରବୀନ୍ଦ୍ର ପରିଡ଼ା ପ୍ରମୁଖ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଜ୍ଞାପନ କରିଥିଲେ । ଏହା ସହିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଶେଷରେ ଅନୁଷ୍ଠାନର ସହ ସଙ୍ଗଠନ ସମ୍ପାଦକ ରବୀନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ନୀଳଚକ୍ର ପଶ୍ଚିମବଙ୍ଗ ଶାଖା ପକ୍ଷରୁ ନୀଳକଣ୍ଠ ଦାସଙ୍କ ୧୪୧ତମ ଜୟନ୍ତୀ ପାଳିତ
By Charcha NewsUpdated:












