ଗତକାଲି ଲୋକସେଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୨୬ ତମ କ୍ୟାବିନେଟ ବୈଠକ ବସିଥିଲା। ୫ ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର।
୧_ ଗୃହ ଓ ନଗର ଉନ୍ନୟନ ବିଭାଗ, ନୂଆ ସହର ବିକାଶ ଯୋଜନା ପାଇଁ ଏହି ନୂଆ ସହର ପାଇଁ ମାଷ୍ଟର ପ୍ଲାନ୍ ହେବ। ସିଙ୍ଗାପୁରର ସୁବର୍ଣ୍ଣଜୋଡଙ୍ଗ ପ୍ରାଇଭେଟ୍ ଲିମିଟେଡକୁ ୧୬ କୋଟି ୨୩ ଲକ୍ଷର ପ୍ରୋଜେକ୍ଟ ଦିଆଯାଇଛି । ଅନୁମାନ କରାଯାଇଛି ୧୫ ବର୍ଷରେ ୮ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୫ ବର୍ଷ ପାଇଁ ଏକ ହଜାର ୩୪୨ କୋଟିର ବ୍ୟବସ୍ଥା ହେବ।୮୦୦ ଏକର ଜମିରେ ହେବ ନୂଆ ସହର
୨ ବାଣିଜ୍ୟ ଓ ପରିବହନ ବିଭାଗ ୩୧ ଲକ୍ଷ କୋଟିର ଲାଇନ୍ ବକେୟା ଅଛି । ୬ ମାସ ଭିତରେ ଚାଲାଣ ପ୍ରଦାନ କଲେ ୫୦ ପ୍ରତିଶତ ରିହାତି ଦିଆଯିବା। ଏହା ଦ୍ବାରା ରାଜକୋଷକୁ ଅର୍ଥ ମିଳିବ । ୩ ପଞ୍ଚାୟତ ରାଜ ପାନୀୟ ଜଳର ବିଭାଗ
ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ସଂଶୋଧନ କରାଗଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କ୍ଷମତା ୨ ଲକ୍ଷ ରୁ ୧୦ ଲକ୍ଷ କୁ ବୃଦ୍ଧି କରାଗଲା । ପ୍ରଶାସନିକ କ୍ଷମତା ବି ବୃଦ୍ଧି ହେଲା । ବିଲ ପାସ କ୍ଷମତା ବି ବୃଦ୍ଧି ହେଲା ।
୪ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଓଡ଼ିଶା ନିଯୁକ୍ତି ଫିସ୍ ଦାନ ଓ ଫେରସ୍ତ ନିୟମାବଳୀ କୁ ଅନୁମତି । କେବଳ ଅନୂସୂଚୀତ ଜାତି ଓ ଅନୂସୂଚୀତ ଜନଜାତି, ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଛାଡି ଯଦି ଅନ୍ୟ ପରୀକ୍ଷାର୍ଥୀଙ୍କ ଠାରୁ ଗୋଟେ ଫିସ୍ ଦେବେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପରେ ତାଙ୍କ ଟଙ୍କା ଫେରସ୍ତ ହେବ । ୫ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
୧୦୮ ଆମ୍ବୁଲାନ୍ସ ଯଦି ୫ ବର୍ଷ ରୁ ଉର୍ଦ୍ଧ ସମୟ ଚାଲିବା ବା ୨ଲକ୍ଷ ୮୦ ହଜାର କିଲୋମିଟର ଚାଲିଛି ତାହାର ମରାମତି ଓ ୧୨୮ ଆମ୍ବୁଲାନ୍ସ ମରାମତି ଅନୁମୋଦନ ମିଳିଛି । ୧୧୮ କୋଟି ଟଙ୍କାରେ ୪୨୮ ଆମ୍ବୁଲାନ୍ସ କିଣା ଯିବ ଓ କାର୍ଯ୍ୟକାରୀ ହେବ ।
ପାଞ୍ଚ ବିଭାଗର ପାଞ୍ଚଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିଲେ ମୁଖ୍ୟମନ୍ତ୍ରୀ
By Charcha News











