ମାଲକାନାଗିରି ୧୮/୦୮/୨୫ ସାମ୍ୱାଦିକ ମାନସ୍ ନେତାମ୍ ଚର୍ଚ୍ଚା
ପ୍ରବଳ ବର୍ଷା ରେ ଭୁଶୁଡ଼ିଲା ମାଲକାନଗିରି ଏଆରପୋର୍ଟ ପାଚେରୀ । ଲଗାଣ ବର୍ଷାରେ ଭାଙ୍ଗିଲା ଏଆରପୋର୍ଟ ପାଚେରୀ।ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ବିଗତ ଦିନରେ ମଧ୍ୟ ଅନେକ ଥର ଏହି ପାଚେରୀ ଭାଙ୍ଗି ମରାମତି ହୋଇଥିଲା। ଆଜି ପୁଣି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ପାଚେରୀ ଭାଙ୍ଗି ଯାଇଛି। ପୂର୍ବ ସରକାର ନିର୍ବାଚନକୁ ଆଖି ଆଗରେ ରଖି, ଲୋକଙ୍କର ଭୋଟ ହାତେଇବାକୁ, ଅଧା ପନ୍ତରିଆ ଅବସ୍ଥାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅତି ତରବରିଆ ଭାବେ ଉଦ୍ଘାଟନ କରିଥିଲେ। ବର୍ତ୍ତମାନ ମଧ୍ୟ ଖାଲି ଏୟାରପୋର୍ଟ ର ରନୱେ କୁ ଛାଡି ଦେଲେ ଆଧାର ଅଧିକ କାର୍ଯ୍ୟ ଅଧାପନ୍ତରିଆ ପଡ଼ି ରହିଛି। ତେବେ ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଆସି ଏକ ବର୍ଷରୁ ଅଧିକ ସମୟ ବିତିଗଲା। ତେବେ ଜିଲ୍ଲାରେ ଥିବା ଏହି ନବ ନିର୍ମିତ ଏୟାରପୋର୍ଟ କୁ କ’ଣ ରୁପ ରେଖା ଦେଉଛି ବର୍ତ୍ତମାନ ର ମୋହନ ସରକାର। ତାହାହିଁ ଦେଖିବାକୁ ବାକି।











